ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ମାମଲା ରୁଜୁ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁ ରେ ଜଣେ ୭ ବର୍ଷୀୟା ନାବାଳିକା କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି।ଶନିବାର ଅପରାହ୍ନ ପ୍ରାୟ ୨ ଟାରେ ନାବାଳିକା ଜଣକ ଘର ନିକଟ ନଳକୂପ କୁ ଗାଧୋଇବା ପାଇଁ ଯାଇଥିବା ବେଳେ ଗ୍ରାମର ବାଉରୀ ସାହିର ଜଣେ ଯୁବକ ଆଶିଷ ଦାସ ନାବାଳିକା କୁ ଏକୁଟିଆ ପାଇ ତାଙ୍କୁ ନିକଟସ୍ଥ ନୂଆବନ୍ଧ ହୁଡ଼ା କୁ ଝିକି ନେଇ ତାଙ୍କ ଚଡ଼ି ଖୋଲି ଦୁଷ୍କର୍ମ ଉଦ୍ୟମ କରିଥିଲେ।ନାବାଳିକା ଜଣକ ପାଟି କରି କାନ୍ଦିବାରୁ ଅଭିଯୁକ୍ତ ଜଣକ ଦୌଡ଼ି ପଳାଇଥିଲେ।ନାବାଳିକା ଜଣକ କାନ୍ଦି କାନ୍ଦି ଘରେ ପହଞ୍ଚିଥିଲା। ତାଙ୍କ ମାଆ ଘରକୁ ଆସିବା ପରେ ସେ ଘଟଣା ସବୁ କାନ୍ଦି କାନ୍ଦି କହିଥିଲା।ନାବାଳିକା ର ଜେଜେ ବାପା ଘରେ ପହଞ୍ଚି ଘଟଣା ଜାଣିବା ପରେ ଅଭିଯୁକ୍ତ ର ଘରକୁ ଯାଇ ପଚାରିବାରୁ ତାଙ୍କୁ ଅଭିଯୁକ୍ତ ର ବାପା ଜଟିଆ ଦାସ ଏବଂ ତାଙ୍କ ସ୍ତ୍ରୀ ହାତରେ କାତି ଧରି ମାରିବାକୁ ଗୋଡାଇଲେ ବୋଲି ନାବାଳିକା ର ମାଆ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲା ପ୍ରକାରେ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୮୭/୨୫ ଅନୁଯାୟୀ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ପାଇଁ ଏସ.ଆଇ ସୋଫିଆ ମିଶ୍ର ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।