ଖ୍ରୀଷ୍ଟ ଧର୍ମର ପ୍ରଚାରକୁ ନେଇ ସୁନ୍ଦରରାପାଳରେ ଉତ୍ତେଜନା

ହାଟଡିହି,(ବିକାଶ ବିଶ୍ବାଳ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଆଦିବାସୀ ଗରିବ ଲୋକମାନଙ୍କୁ କିଛି ବ୍ୟକ୍ତି ପ୍ରଲୋଭନ ଦେଖାଇ ଖ୍ରୀଷ୍ଟ ଧର୍ମରେ ସାମିଲ କରିବା ଦ୍ବାରା ଦିନକୁ ଦିନ ଧର୍ମାନ୍ତରୀକରଣ ବୃଦ୍ଧିପାଉଛି। ଏହାକୁ ନେଇ ସୋସୋ ଥାନା ଅନ୍ତର୍ଗତ ସୁନ୍ଦରାପାଳ ପଥରଗଦା ସାହିରେ ଦୁଇ ଦିନ ହେଲା ଉତ୍ତେଜନା ଲାଗିରହିଛି। ଆଜି ଶହ ଶହ ହିନ୍ଦୁ ଧର୍ମାବଲମ୍ବୀ ଗ୍ରାମବାସୀ ଏହାର ତୀବ୍ର ବିରୋଧ କରିବା ସହିତ ପ୍ରଶାସନ ହସ୍ତକ୍ଷେପ ଦାବି କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାଇ କିଛି ଖ୍ରୀଷ୍ଟଧର୍ମ ପ୍ରଚାରକ ଏହି ଗରିବ ଆଦିବାସୀ ମାନଙ୍କୁ ଧର୍ମାନ୍ତରୀକରଣ କରାଇବା ସହ ଏକ ନୂତନ ଗୀର୍ଜା ନିର୍ମାଣକରି ସେହି ସାହିର ପିଲାମାନଙ୍କୁ ବାଇବେଲ ସମ୍ପର୍କିତ ଶିକ୍ଷା ପ୍ରଦାନ କରୁଛନ୍ତି। ସେମାନେ ତାଙ୍କ ଖ୍ରୀଷ୍ଟଧର୍ମକୁ ବିଶ୍ବାସ କଲେ ତାଙ୍କର ସମସ୍ତ ରୋଗ ବୈରାଗ ଭଲ ହେବା ସହ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରଲୋଭନ ଦେଖାଉ ଥିବାରୁ ଶହ ଶହ ପରିବାର ଏବେ ହିନ୍ଦୁ ଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟ ଧର୍ମ ଗ୍ରହଣ କରୁଛନ୍ତି।  ଏବେ ଶଙ୍କଟପାଲିଆ, ଚେତନା କେନ୍ଦ୍ର, ହଦଗଡ଼, ମଲ୍ଲୀପଶି, ରାଇଘାଟି, ପୁରୁଣା ଘାଟି, ଅସିଆ, ଜୁଣପଶି ଆଦି ବହୁ ଗ୍ରାମରେ ୫ ଶହ ରୁ ଊର୍ଦ୍ଧ୍ବ ଆଦିବାସୀ ଖ୍ରୀଷ୍ଟଧର୍ମ ଗ୍ରହଣ କରିସାରିଲେଣି। କିନ୍ତୁ ସୁନ୍ଦରାପାଳ ଯୁବକଙ୍କ କହିବା ଅନୁଯାୟୀ ଏଠାରେ ଗୋଟିଏ ପରିବାର ପ୍ରଥମେ ଥୂବାବେଳେ ବେଳେ ଏବେ ୪୦ରୁ ଊର୍ଦ୍ଧ୍ବ ପରିବାର ଖ୍ରୀଷ୍ଟ ଧର୍ମୀ ହୋଇଗଲେଣି। ଯେପରିଭାବେ ଧର୍ମାନ୍ତିକରଣ ହେଉଛି ସେପରି ଚାଲୁ ରହିଲେ ଆଉ ଦିନ କେଇଟା ଭିତରେ ହିନ୍ଦୁ ଧର୍ମାବଲମ୍ବୀ ଙ୍କ ସଂଖ୍ୟା ଶୁନ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି। ଏହାକୁ ନେଇ ସୁନ୍ଦରାପାଳ ଗ୍ରାମର ବହୁ ଯୁବକ ପଥରଗଦା ସାହିରେ ପହଞ୍ଚି ଏଭଳି ଧର୍ମାନ୍ତକରୀଣ ଓ ଶିକ୍ଷା ଆଳରେ ଧର୍ମାନ୍ତକରୀଣ କାର୍ଯ୍ୟକ୍ରମକୁ ବିରୋଧ କରିଥିଲେ। ଫଳ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟିହୋଇଥିଲା। ଗତକାଲି ସୋ ସୋ ପୁଲିସ ଘଟଣାସ୍ଥଳକୁ ଆସିଥିଲେ ମଧ୍ୟ ଏହାକୁ ଗୁରୁତ୍ବ ଦେଇ ନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଆଜି ଦୁଇ ଗୋଷ୍ଠୀ ମୁହାଁ ମୁହିଁ ହୋଇଛନ୍ତି। ଧର୍ମପରିବର୍ତନ କରୁଥିବା ଲୋକମାନେ ସରକାରଙ୍କର ପିଡିଏସ ସାମଗ୍ରୀ, ପ୍ରଧାନମନ୍ତ୍ରୀ ଆବାସ, ମେଗା ପ୍ରକଳ୍ପରୁ ଶୁଦ୍ଧ ପାଣି, ଆୟୁଷ୍ମାନ କାର୍ଡ ଓ ବିଭିନ୍ନ ଯୋଜନାରେ ସାମିଲ ହୋଇ ଉପକୃତ ହେଉଥିବା ବେଳେ କାହିଁକି ଧର୍ମ ପରିବର୍ତ୍ତନ କରୁଛନ୍ତି ତାହା ପ୍ରଶାସନ ବୁଝିବା ଦରକାର ବୋଲି ପ୍ରଦ୍ଯୁମ୍ନ ପାତ୍ର, ଅଲେଖ ପାତ୍ର, ଜଲ ବିରୁଆ, ମାନିକ ହୋ, ବିଜୟ ହୋ, ରଞ୍ଜନ କୁମାର ଜେନା, ପିଣ୍ଡୁ ମୁଣ୍ଡା, ମଦନ ହୋ, ରୁପକ ବେହେରା, ପ୍ରତାପ ଖଣ୍ଡେଇ ପ୍ରମୁଖ ଦାବି କରିଛନ୍ତି। ଏଥୂପ୍ରତି ପୁଲିସ ପ୍ରଶାସନ ଓ ଜିଲା ପ୍ରଶାସନ ସମୀକ୍ଷା ନକଲେ ଆଗାମୀ ଦିନରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ