ଆଦିବାସୀଙ୍କ ବୈଠକ

କେନ୍ଦୁଝର (ପୂର୍ଣ୍ଣନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲl ଝୁମ୍ପୁରା ବ୍ଲକର ଦୁର୍ଗାପୁର ହାଟ ପଡିଆ ଠାରେ ଆଦିବାସୀ ମହାସଂଘ କେନ୍ଦୁଝରର ଆହ୍ୱାନକ୍ରମେ ସମସ୍ତ ଆଦିବାସୀ ସାମ୍ପ୍ରଦାୟଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ସଂଘଠନର ଜିଲ୍ଲା ସଭାପତି ଚନ୍ଦ୍ରମୋହନ ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ଜୀବନ ସିଂ ମୁଣ୍ଡା, 5ନମ୍ବର ଜିଲ୍ଲା ପରିଷଦ ସଭ୍ୟ ରଥ ମୁଣ୍ଡାଙ୍କ ସମେତ ଝୁମ୍ପୁରା ବ୍ଲକର ଝୁମ୍ପୁରା, ନହବେଡା, କୁଟୁଗାଁ, ବସନ୍ତପୁର, ଅର୍ଶଳା, ବାରିଆ ଇତ୍ୟାଦି ଗ୍ରାମପଞ୍ଚାୟତର ସରପଞ୍ଚ ଗଣ, ପୂର୍ବତନ ସରପଞ୍ଚ ଅର୍ଜୁନ ନାଏକ, ଅବସର ପ୍ରାପ୍ତ କର୍ମଚାରୀ ସମେତ ବହୁ ଆଦିବାସୀ ପ୍ରେମୀ ଯୋଗଦାନ କରିଥିଲେ l ଏଥିରେ ଆଦିବାସୀ ମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଦାଦନ ସମସ୍ୟା, ସାମାଜିକ ଓ ଅର୍ଥନୈତିକ ଉନ୍ନତି, ଅନ୍ଧବିଶ୍ୱାସ ଓ ବାଲ୍ୟ ବିବାହ, ଦାରିଦ୍ର ଦୂରୀକରଣ ଓ ନିଶାନିବାରଣ, ସାମ୍ବିଧାନିକ ଅଧିକାର ଓ ନ୍ୟାଯ୍ୟ ଦାବି, ଜଳ ଜଙ୍ଗଲ ଜମିନର ସୁରକ୍ଷା ଇତ୍ୟାଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା l ସମସ୍ତ ଆଦିବାସୀ ସାମ୍ପ୍ରଦାୟଙ୍କ ମଧ୍ୟରେ ସଚେତନତା, ଶାନ୍ତିପୂର୍ଣ ସହାବସ୍ଥାନ,ଏକତା, ସଂଘଠିତ ଓ ସଂଘର୍ଷ କରିବାକୁ ଉଦବୋଧନ ଦିଆଯାଇଥିଲା l ଶେଷରେ ସଂଘଠନର ବ୍ଲକ କମିଟି ଓ କର୍ମକର୍ତା  ସର୍ବସମ୍ମତି କ୍ରମେ ନିମ୍ନ ପ୍ରକାରେ ଚୟନ କରାଯାଇଥିଲା l ସଭାପତି ଭାବେ ପୂର୍ବତନ ସରପଞ୍ଚ ଅର୍ଜୁନ ନାଏକ, ଉପ-ସଭାପତି ଭାବେ ସରପଞ୍ଚ ରେବତୀ ବିରୁଆ ଓ ରସିକ ନାଏକ  ସମ୍ପାଦକ ଭାବେ ତାପସ କୁମାର ନାଏକ, ଯୁଗ୍ମ ସମ୍ପାଦକ ଭାବେ ରୁଦ୍ର ନାଏକ ଓ ଲଷ୍ମୀ ଚାମ୍ପିୟା, କୋଷାଧ୍ୟକ୍ଷ ଭାବେ ସରପଞ୍ଚ ଗୁର୍ବା ମୁଣ୍ଡା, ସହ-କୋଷାଧ୍ୟକ୍ଷ୍ୟ ଭାବେ ଅଲେଖ  ନାଏକ,ମିଡ଼ିଆ ସେଲ ଭାବେ ପ୍ରସନ୍ନ ନାଏକ, ସଂଯୋଜକ ଭାବେ ସରପଞ୍ଚ ମନ୍ମୟ ବିଳାସ ତିଉ, ସୁଶୀଲ କୁମାର ନାଏକ ଓ ତପନ କୁମାର ନାଏକ, ଉପଦେଷ୍ଟା ଭାବେ ସୁବର୍ଣ୍ଣ ନାଏକ ଓ ଡ଼ମ୍ବରୁଧର ନାଏକ ଇତ୍ୟାଦିଙ୍କୁ  ଚୟନ କରାଯାଇଥିଲା l ଉପସ୍ଥିତ ସଦସ୍ୟ ଓ ସଦସ୍ୟl ପ୍ରଥମଥର ପାଇଁ ଆଦିବାସୀ ମହାସଂଘ କେନ୍ଦୁଝର ତରଫରୁ ଏପରି ଏକ  ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ପାରି ଥିବାରୁ ସମସ୍ତ ସଦସ୍ୟ/ସଦସ୍ୟା ସନ୍ତୋଷ ପ୍ରକାଶ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ