ଭିନ୍ନକ୍ଷମଙ୍କୁ ତିନିଚକିଆ ସାଇକେଲ୍ ବଣ୍ଟନ

ବନ୍ତ,(ଓ୍ବାଇଏନଏସ) : ଭଦ୍ରକ ଜିଲ୍ଲାପାଳ ଦିଲ୍ଲିପ ରାଉତରାୟ ଆଜି ବନ୍ତ ଠାରେ ୪ ଜଣ ଭିନ୍ନକ୍ଷମ ଙ୍କୁ ତିନିଚକିଆ ସାଇକେଲ୍ ବଣ୍ଟନ କରିଛନ୍ତି । ବି.ଟି.ପୁର ର ସୁରେଶ ଜେନା, ବସନ୍ତିଆର ସୂର୍ଯ୍ୟମଣି ଜେନା, ଟିଲୋର ହରିହର ନାୟକ, ପୁରୁଷଣ୍ଢର ପୁରୁଷୋତ୍ତମ ସେଠୀ ଙ୍କୁ ଏହା ବଣ୍ଟନ କରାଯାଇଛି । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ଗୋଷ୍ଠି ଉନ୍ନୟନ ଅଧିକାରୀ ସୀତାକାନ୍ତ ରାଉତ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସାଇକେଲ ପାଇଥିବା ହିତାଧିକାରୀ ମାନେ ଦୈନନ୍ଦିନ କାର୍ଯ୍ୟ କରିବାରେ ଏହା ସହାୟକ ହୋଇପାରିବ ବୋଲି ଜିଲ୍ଲାପାଳଙ୍କୁ କହିଥିବା ବେଳେ ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ