ଛୋଟାରାମ ବାବାଙ୍କ ୯୧ତମ ସମାଧି ମହୋତ୍ସବ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) ପବିତ୍ର ସାବିତ୍ରୀ ଅମାବାସ୍ୟା ତିଥିରେ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରୁ ୪କିମି ଦୂରରେ ଅବସ୍ଥିତ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ସ୍ଥିତ ଶିଦ୍ଧ ମହାପୁରୁଷ ଛୋଟାରାମ ବାବାଙ୍କ ୯୧ ତମ ସମାଧି ମହୋତ୍ସବ ଧାର୍ମିକ ରୀତିନୀତି ଓ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି। ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ସ୍ଥିତ ଛୋଟାରାମ ଦାସଙ୍କ ଆଶ୍ରମ ।ଛୋଟାରାମ ବାବାଙ୍କ ମହିମା ଅପାର ଓ ଅଲୌକିକ ଶକ୍ତି କୋଣାର୍କ ତଥା ସମଗ୍ର ରାଜ୍ୟରେ ସୁଖ୍ୟାତି ଅର୍ଜନ କରିଛନ୍ତି। ବାବାଙ୍କ ନିକଟରେ ନିର୍ମଳ ଭାବମୂର୍ତ୍ତି ଓ ଧାର୍ମିକ ରୀତିନୀତି ଓ ପରମ୍ପରାର ସହିତ ମାନସିକ କଲେ ପୁଣ୍ୟ ପ୍ରାପ୍ତି ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ଵାସ ରହିଛି। ଏହି ପରିପ୍ରେକ୍ଷୀରେ ଛୋଟାରାମ ବାବାଙ୍କ ପୀଠରେ ବାବାଙ୍କ ୯୧ତମ ସମାଧି ମହୋତ୍ସବ ପାଳିତ ହୋଇଯାଇଛି। ବାବାଙ୍କ ପୀଠରେ ମହୋତ୍ସବ ପାଳନ ଉପଲକ୍ଷେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଦ୍ବାରା ନାମ ସଂକୀର୍ତ୍ତନ, ଭଜନ କୀର୍ତ୍ତନ ଆୟୋଜିତ ହୋଇଥିଲା। ସମାଧି ମହୋତ୍ସବ ପାଳନ ଅବସରରେ ସିଦ୍ଧ ମହାପୁରୁଷ ଛୋଟାରାମ ବାବାଙ୍କୁ ଧାର୍ମିକ ରୀତିନୀତି ଓ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହ ହୋମଯଜ୍ଞ ଆଦି କାର୍ଯ୍ୟ ସଂପାଦନ କରାଯାଇଥିଲା। ଏହି ଅବସରରେ ଶତାଧିକ ଶ୍ରଦ୍ଧାଳୁ ଭକ୍ତମାନେ ବାବାଙ୍କୁ ପୂଜାର୍ଚ୍ଚନା କରି ଆଶିଷ ଭିକ୍ଷା କରିଥିଲେ। ଏହି ମହୋତ୍ସବକୁ ଆଶ୍ରମର ମଠାଧିସ ପ୍ରତାପ ଚନ୍ଦ୍ର ମହାପାତ୍ର, ଚିତ୍ତରଞ୍ଜନ ମହାପାତ୍ର, ପ୍ରତାପ ନାୟକ ପ୍ରମୁଖ ପରିଚାଳନା କରିଥିଲେ l


