ଦୁଷ୍କର୍ମକାରୀକୁ ଅନ୍ତରୀଣ ଜାମିନ ଦେଲେ ହାଇକୋର୍ଟ

କଟକ (ଓ୍ବାଇଏନଏ)ଽ: କେବଳ ଦଣ୍ଡ ଦେବା ଉଦ୍ଦେଶ୍ୟରେ ଆଇନ ପ୍ରଣୟନ ହୋଇନାହିଁ, ବରଂ ବ୍ୟକ୍ତି ଭିତରେ ସୁଧାର ଆଣିବା ମଧ୍ୟ ଆଇନର ଉଦ୍ଦେଶ୍ୟ । ଜଣେ ନାବାଳିକା ଦୁଷ୍କର୍ମକାରୀର ଜାମିନ ଆବେଦନ ଉପରେ ଏଭଳି ମନ୍ତବ୍ୟ ରଖିଛନ୍ତି ହାଇକୋର୍ଟ । ତେବେ, ଉଭୟ ଅଭିଯୁକ୍ତ ଓ ପୀଡିତା ବିବାହ କରିବା ଲାଗି ପ୍ରତିଶୃତି ଦେବାପରେ ଆବେଦକାରୀଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଆଗାମୀ ମାସେ ଭିତରେ ଉଭୟେ ବିବାହ କରିବେ, ସେନେଇ ସତ୍ୟପାଠ ଦାଖଲ କଲା ପରେ ପରବର୍ତ୍ତୀ ଶୁଣାଣି ହେବ । ସୂଚନାଯୋଗ୍ୟ ଯେ, ନିଆଳୀ ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ତାଙ୍କ ସହ ଦୁଷ୍କର୍ମ କରିଥିଲା । ପୋକ୍ସୋ ଆଇନ ବଳରେ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ । ତେବେ ନିମ୍ନ ଅଦାଲତରେ ବାରମ୍ବାର ଜାମିନ ନାମଞ୍ଜୁର ହେବା ପରେ, ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ତେବେ ଜାମିନ ଆବେଦନର ଶୁଣାଣି ବେଳେ ହାଇକୋର୍ଟ କହିଛନ୍ତି ଯେ, ଯଦିଓ ପୋକ୍ସୋ ଆଇନ ନାବାଳିକା ମାନଙ୍କ ସୁରକ୍ଷା ପାଇଁ ଉଦ୍ଧିଷ୍ଟ, କିନ୍ତୁ ଯେଉଁଠି ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଅଛି, ତାକୁ ଆଗ୍ରାହ୍ୟ କରିହେବନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ