ଶାଳଣିଆଁରେ ବାଇକ୍ ଡିକି ଭାଙ୍ଗି ୪୦ହଜାର ଲୁଟ୍
ହାଟଡିହି (ବିକାଶ ବିଶ୍ବାଳ): ହାଟଡିହି ବ୍ଲକ ନନ୍ଦିପଦା ଥାନା ଅନ୍ତର୍ଗତ ଶାଳଣିଆଁ ବଜାରରେ ଆଜି ମଧ୍ୟାହ୍ନରେ ବାଇକ୍ ଡିକି ଭାଙ୍ଗି ୪୦ହଜାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାଇ ଭଦ୍ରକ ର ଶାନ୍ତି ଫର୍ମସୁଟିକଲ ର ସେଲ୍ସମ୍ୟାନ ସୁବାସ ବେହୂରିଆ ଆଜି ଟଙ୍କା ଆଦାୟ ପାଇଁ ବିଭିନ୍ନ ଅଞ୍ଚଳକୁ ଆସିଥିଲେ। ସେ ବରପଦା, ରାନ୍ଦିଆ ପ୍ରଭୃତି ଅଞ୍ଚଳରୁ ଆଦାୟ ସାରି ଦିନ ସାଢେ଼ ୧୧ଟା ବେଳକୁ ଶାଳଣିଆଁ ବଜାରରେ ପହଞ୍ଚିଥିଲେ। ସେଠାରେ ଥିବା ଲକ୍କି ମେଡିସିନ ଷ୍ଟୋର ରୁ ଟଙ୍କା ନେବାର ଥିଲା। କିନ୍ତୁ ଉକ୍ତ ଦୋକାନଟି ବନ୍ଦ ଥିବାରୁ ସେ ବାଇକ୍ ରଖିଦେଇ ପାଖ ଦୋକାନକୁ ପଚାରିବାକୁ ଯାଇ ଫେରିବା ବେଳକୁ ତାଙ୍କ ଡିକି ଭାଙ୍ଗି ଡିକିରେ ଥିବା ୪୦ହଜାର ଟଙ୍କା, ମନି ରସିଦ ବହି ଆଦି କେହି ଲୁଟି ନେଇଥିଲେ। ସେ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିଥିବା କହିଛନ୍ତି।