ଆର୍ବିଆଇ ଦ୍ୱାରା ଜିଡିପି ଅଭିବୃଦ୍ଧି ଅନୁମାନ ୭.୨% ହ୍ରାସ

ନୂଆଦିଲ୍ଲୀ, (ଏଜେନ୍ସି): ରିଜର୍ଭ ବ୍ୟାଙ୍କ୍ ମୌସୁମୀର ସମ୍ଭାବିତ ପ୍ରଭାବ ଓ ବିଶ୍ୱସ୍ତରୀୟ ଆର୍ଥିକ ପରିଦୃଶ୍ୟରେ ଅନିଶ୍ଚିତତାକୁ ନେଇ ଜିଡ଼ିପି ଅଭିବୃଦ୍ଧି ଅନୁମାନ ହ୍ରାସ୍ କରିଛନ୍ତି । ଯଦ୍ୱାରା ଚଳିତ ଆର୍ଥିକ ବର୍ଷର ସକଳ ଘରୋଇ ଉତ୍ପାଦ (ଜିଡ଼ିପି)ର ଅଭିବୃଦ୍ଧି ହାର ୭.୪%ରୁ ହ୍ରାସ୍ ପାଇ ୭.୨%ରେ ରଖାଯାଇଛି । ରିଜର୍ଭ ବ୍ୟାଙ୍କ ଫେବ୍ରୁଆରୀରେ ହୋଇଥିବା ମୁଦ୍ରା ନୀତି ସମୀକ୍ଷା ବୈଠକରେ ୨୦୧୯-୨୦ରେ ଜିଡ଼ିପି ବୃଦ୍ଧି ହାର ୭.୪% ରହିବାର ଅନୁମାନ ଦର୍ଶାଇଥିଲେ । ରିଜର୍ଭ ବ୍ୟାଙ୍କ୍ ବୈଠକ ପରେ ଜାରି ସୂଚନାରେ ଫେବ୍ରୁଆରୀର ବୈଠକ ପରେ ଘରୋଇ ନିବେଶ ଗତିବିଧିରେ ମନ୍ଥରତାର ସଙ୍କେତ ମିଳିଥିବା ପ୍ରକାଶ କରିଥିଲେ । ଯାହାକି ଉତ୍ପାଦନରେ ମନ୍ଥରତା ଓ ପୁଞ୍ଜିଗତ ଦ୍ରବ୍ୟର ଆମଦାନୀରେ ଦେଖିବାକୁ ମିଳିଛି । ଆର୍ବିଆଇ ପକ୍ଷରୁ କୁହାଯାଇଛି ଯେ ବିଶ୍ୱସ୍ତରୀୟ ଅର୍ଥବ୍ୟବସ୍ଥାର ଆର୍ଥିକ ବୃଦ୍ଧିରେ ସୁଧାରର ପ୍ରଭାବ ଦେଶର ରପ୍ତାନୀରେ ପଡ଼ିପାରେ । କେନ୍ଦ୍ର ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି ଯେ ବାଣିଜ୍ୟିକ କ୍ଷେତ୍ରରେ ଉନ୍ନତ ଆର୍ଥପୋଷଣ ଆର୍ଥିକ ଗତିବିଧିକୁ ସାହାରା ଦେଇଛନ୍ତି । ଗ୍ରାମାଞ୍ଚଳରେ ସାର୍ବଜନିକ ଖର୍ଚ୍ଚ ବୃଦ୍ଧି ତଥା କର ଲାଭ କାରଣରୁ ଲୋକଙ୍କ ଖର୍ଚ୍ଚ କରିବା ଯୋଗ୍ୟ ଆମଦାନୀ ଅଧିକ ହେବା ଯୋଗୁଁ ଘରୋଇ ବ୍ୟବହାର ବଢ଼ିବାର ସମ୍ଭାବନା ରହିଛି । କାରବାର ଧାରଣା ମଧ୍ୟ ସକରାତ୍ମକ ରହିବାର ସମ୍ଭାବନା ରହିଛି । ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି ଯେ ୨୦୧୯-୨୦ରେ ଜିଡ଼ିପି ବୃଦ୍ଧି ହାର ୭.୨% ରହିବ ବୋଲି ଅନୁମାନ କରାଯାଇଛି । ପ୍ରଥମ ଷାଣ୍ମାସିକରେ ଏହା ୬.୮-୭.୧% ଓ ଅନ୍ତିମ ଷାଣ୍ମାସିକରେ ୭.୩-୭.୪% ରହିବାର ସମ୍ଭାବନା ରହିଛି । କେନ୍ଦ୍ର ବ୍ୟାଙ୍କ୍ କହିଛନ୍ତି ଯେ ମୁଦ୍ରାସ୍ଫିତି ପରିଦୃଶ୍ୟ ଉପରେ କେତେକ ଅନିଶ୍ଚିତତା ରହିଛି । ପ୍ରମୁଖ ଖାଦ୍ୟ ଉତ୍ପାଦକୁ ଘରୋଇ ଏବଂ ବିଶ୍ୱସ୍ତରୀୟ ଦାବି-ଯୋଗାଣ ସନ୍ତୁଳନ ଅନୁକୂଳ ରହିବାର ସମ୍ଭାବନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ