ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗଣଶିକ୍ଷାମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତକାର

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଗଣଶିକ୍ଷା ମନ୍ତ୍ରୀ ,ଓଡ଼ିଶା ସରକାର ମାନନୀୟ ନିତ୍ୟାନନ୍ଦ ଗଣ୍ଡ ଙ୍କର କେନ୍ଦୁଝର ଜିଲ୍ଲା ଗସ୍ତ ସମୟ ରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ (NPS)  ର ରାଜ୍ୟ ସଂଘ  ଉପ ସଭାପତି ମନୋଜ କୁମାର ମହାନ୍ତ ଓ ଜିଲ୍ଲା ସମ୍ପାଦକ ଉମାଶଙ୍କର ମିଶ୍ର ଙ୍କ ର ନେତୃତ୍ୱ ରେ ଏକ ଶିକ୍ଷକ ପ୍ରତିନିଧି ମଣ୍ଡଳୀ ମନ୍ତ୍ରୀ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ୍ କରିବା ଅବସର ରେ ଶିକ୍ଷକ ମାନଙ୍କର ବିଭିନ୍ନ ଦାବି ଗୁଡ଼ିକ ଜଣାଇ ଥିଲେ। ଦୀର୍ଘ ଦିନ ଧରି ପ୍ରାଥମିକ ଶିକ୍ଷକ ମାନଙ୍କର ପ୍ରମୋସନ ହୋଇ ନପାରିବାରୁ ଶିକ୍ଷକ ମାନଙ୍କ ମଧ୍ୟ ରେ ଅସନ୍ତୋଷ ର ବାତାବରଣ ଦେଖାଯାଇଛି। ଏଥି ସହିତ ଲେଭେଲ ୪ ରୁ ଲେଭଲ ୩ କୁ ପ୍ରୋମୋସନ ୧୩ ଟି ଜିଲ୍ଲା ର ହୋଇ ସାରିଥିବା ବେଳେ କେନ୍ଦୁଝର  ଜିଲ୍ଲା ରେ କାଉନସେଲିଂ ହୋଇଥିଲେ ମଧ୍ୟ ପ୍ରମୋଶନ ଅଟକି ଯାଇଥିଲା ଓ ଲେଭେଲ ଭି ଏ ରୁ ଭି ବି,ଭି ବି ରୁ ଲେଭେଲ୍ ୪ କୁ ପ୍ରାମୋସନ ପ୍ରକ୍ରିୟା କୁ ଜାରି ରଖିବା କୁ ଦାବି କରିଥିଲେ ଏହି ସବୁ ବିଷୟ ଗୁଡ଼ିକ ଯଥା ଶୀଘ୍ର ତ୍ଵରାନିତ କରିବା କୁ ମନ୍ତ୍ରୀ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଶିକ୍ଷକ ବିଜୟ କୁମାର ମିଶ୍ର,ସଞ୍ଜୀବ ସାହୁ, ଆଶିଷସେଠୀ,ବନମାଳୀ ମହାନ୍ତ,ବସନ୍ତ ପରିଡ଼ା, ସୌଭାଗ୍ୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ