ପାରମ୍ପରିକ ସୁସ୍ୱାଦୁ ଖାଦ୍ୟ ପ୍ରତିଯୋଗିତା

ଦିଗପହଣ୍ଡି, (ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ବ୍ଳକସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ସୁସ୍ୱାଦୁ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ମିଶନଶକ୍ତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ପ୍ରତିଯୋଗିତାରେ ବ୍ଳକ ଅଧିନସ୍ଥ ୨୫ ଟି ପଞ୍ଚାୟତର ୨୦ ଟି ସ୍ବୟଂ ସହାୟିକା ମହିଳା ଗୋଷ୍ଠୀର ସଦସ୍ୟା ମାନେ ପ୍ରତିଯୋଗିତା ରେ ଅଂଶଗ୍ରହଣ କରି ବିଭିନ୍ନ ସୁସ୍ୱାଦୁ ପିଠା , ମିଠା ଏବଂ ସ୍ନାକ୍ସ ବ୍ୟଞ୍ଜନ ଆଦି ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରିଥିଲେ । ଦିଗପହଣ୍ଡି ବିଡ଼ିଓ ଅନାମିକା ପାଣ୍ଡେ , ଦିଗପହଣ୍ଡି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର , ତହସିଲଦାର ସନ୍ତୋଷ କୁମାର ସାହୁ , ସିଡିପିଓ ପୁଷ୍ପାଞ୍ଜଳି ଶତପଥୀ , ବିଜୁ ପଟ୍ଟନାୟକ ମହିଳା କଲେଜ ଗୃହ ବିଜ୍ଞାନ ବିଭାଗୀୟ ଅଧ୍ୟାପିକା ମଞ୍ଜୁଳା କୁମାରୀ ସାମନ୍ତରାୟ ପ୍ରମୁଖ ମହିଳାଙ୍କ ଦ୍ବାରା ପରିବେଷିତ ଖାଦ୍ୟର ସ୍ବାଦ ପରୀକ୍ଷଣ କରିବା ପରେ ଆୟୋଜିତ ସଭାରେ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ପ୍ରତିଯୋଗିତା ରେ ପଦ୍ମନାଭପୁର ଗ୍ରାମର ଆୟପ୍ପା ସ୍ବାମୀ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ୫ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଥିଲା । ସେହିପରି ବଡଡୁମୁଳା ପଞ୍ଚାୟତ ସୁମନ୍ତପୁର ଗ୍ରାମର ଶ୍ରୀ ଗଣେଶ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଦ୍ବିତୀୟ ସ୍ଥାନ ହାସଲ କରିଥିବାରୁ କାର୍ଯ୍ୟକର୍ତ୍ତା ମାନଙ୍କୁ ୪ ହଜାର ଟଙ୍କାର ଚେକ୍ ଦିଆଯାଇଥିଲା । ଆଗାମୀ ଦିନରେ ଏହି ଦୁଇ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଜିଲା ସ୍ତରରେ ଆୟୋଜିତ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି । କାମେଶ୍ବର ରେଡ୍ଡୀ ସଭା ମଞ୍ଚ ପରିଚାଳନା କରିଥିବା ବେଳେ ବ୍ଳକ ପ୍ରକଳ୍ପ ପରିଚାଳକ ସଙ୍ଗୀତା ପଣ୍ଡା ସଂଯୋଜନା କରିଥିଲେ।  ପ୍ରକଳ୍ପ ସଂଯୋଜକ ଦୁର୍ଯ୍ୟୋଧନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ଲକ କାର୍ଯ୍ୟାଳୟ ମିଶନ ଶକ୍ତି ବିଭାଗରେ କାର୍ଯ୍ୟରତ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ  କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ