ଶୋଭା ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ

କୋଣାର୍କ (ଗଣେଶ ଚନ୍ଦ୍ର ବେହେରା):  ବିଶ୍ୱ ପରିବେଶ ଦିବସ ଅବସରରେ ସାମାଜିକ ଅନୁଷ୍ଠାନ ଶୋଭା ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ କରାଯାଇଛି। ପରିବେଶ ସୁରକ୍ଷା ରଖିବା ସହିତ ବିଶ୍ୱ ତାପମାନ, ବାୟୁ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଆଦିର କୁପ୍ରଭାବକୁ ରୋକିବା ପାଇଁ ବ୍ୟାପକ ବୃକ୍ଷ ରୋପଣ ଆବଶ୍ୟକତା ରହିଛି। ପରିବେଶ ସୁରକ୍ଷା ସହିତ ବୃକ୍ଷ ଉପରେ ନିର୍ଭର କରୁଥିବା ବ୍ୟକ୍ତି ବିଶେଷ, ପଶୁ ପକ୍ଷୀ ମାନଙ୍କ ସୁରକ୍ଷା ମଧ୍ଯ ଆବଶ୍ୟକ। ଛାୟା, ଫଳ ଓ ଅମ୍ଳଜାନ ଆବଶ୍ୟକତା ଦୃଷ୍ଟିରୁ ବ୍ୟାପକ ବୃକ୍ଷ ରୋପଣ ଆବଶ୍ୟକତା ରହିଛି। ତା ସହିତ ପ୍ଲାଷ୍ଟିକ ମୁକ୍ତ ସମାଜ ପାଇଁ ପ୍ଲାଷ୍ଟିକ ବସ୍ତୁ ବ୍ୟବହାର ନକରିବା ଆବଶ୍ୟକ। ଏହି ସବୁ ବାର୍ତ୍ତା ଓ ସଚେତନତା ନେଇ ଆଗାମୀ ଦିନରେ  ବ୍ୟାପକ ବୃକ୍ଷ ରୋପଣ କରାଯିବ ବୋଲି ଶୋଭା ଫାଉଣ୍ଡେସନ ଅଧକ୍ଷ ପ୍ରକୃତି ବନ୍ଧୁ ଜ୍ଞାନ ରଞ୍ଜନ ବିଶ୍ଵାଳ ଓ ଗ୍ରୀନ ଆର୍ମି ଗଣେଶ ବେହେରା ମତବ୍ୟକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ