ପୋଖରୀରେ ବୁଡ଼ି ନାବାଳିକା ମୃତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ପୋଖରୀରେ ବୁଡ଼ି ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି. ମୃତକ ହେଲେ ରାମଗିରି ଥାନା ଅନ୍ତର୍ଗତ ତବାରସିଂ ଗ୍ରାମର ଇଶ୍ୱର ବଡ଼ରଇତଙ୍କ ଝିଅ ଆରତି (୧୦)। ସାଙ୍ଗମାନଙ୍କ ସହ ଆରତୀ ଆମ୍ବ ଗୋଟାଇବାକୁ ଯାଇଥିଲେ. ପରେ ପୋଖରୀକୁ ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିଲେ। ଅସାବଧାନତା ଯୋଗୁଁ ଗୋଡ଼ ଖସିଯିବା ଯୋଗୁଁ ଆରତୀ ବୁଡ଼ି ଯାଇଥିଲେ। ସାଙ୍ଗମାନେ ଆସି ଗାଁରେ ଜଣାଇବା ପରେ ଗ୍ରାମବାସୀ ଉଦ୍ଧାର କରି ରାମଗିରି ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପଠାଇ ଦେଇଛି। ଘଟଣା ନେଇ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।