ହନୁମାନଙ୍କ ବାର୍ଷିକ ଉତ୍ସବ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ସରମରା ଗ୍ରାମରେ ହନୁମାନଙ୍କ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଶୁକ୍ରବାର ଗ୍ରାମର ତାରିଣୀ ମନ୍ଦିର ନିକଟସ୍ଥ ପୁଷ୍କରିଣୀରୁ ୨୫ ଗୋଟି କଳସ ଶୋଭା ଯାତ୍ରାରେ ଅଣାଯାଇ ଗ୍ରାମ ପରିକ୍ରମା ପରେ ଘଟ ସ୍ଥାପନା ପୂର୍ବକ ଯଥାରୀତି ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ଶଶୀକାନ୍ତ ଜେନା ଓ ଛବିନ୍ଦ୍ର ବିଶ୍ୱାଳ ମୁଖ୍ୟ କଳସ ଆଣିଥିଲେ । ସେହିପରି ସନାତନ ପାତ୍ର, ଅର୍ଜ୍ଜୁନ ଜେନା, ନରେଶ ଜେନା, ନିରଞ୍ଜନ ଜେନା, ପ୍ରିୟବ୍ରତ ରାଉତ, ତପନ ଜେନା, ଗଙ୍ଗାଧର ନାୟକ, ବ୍ରଜ ମୋହନ ରାଉତ, କମଳା ନାୟକ, ଅନନ୍ତ ନାୟକ, ଜୟନ୍ତ ପାତ୍ର ପାଶ୍ୱର୍ କଳସ ଧାରଣ କରିଥିଲେ । ପୂଜକ ନାରାୟଣ ଚନ୍ଦ୍ର ପାଢୀ, କୃଷ୍ଣ ଚନ୍ଦ୍ର ପାଢୀ ପୂଜା ଦାୟୀତ୍ୱ ସମ୍ପାଦନ କରିଥିଲେ । କାର୍ଯ୍ୟକ୍ରମରେ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ