କାର୍ଯ୍ୟକାରୀ ହେଉନି ପ୍ରଶାସନିକ ଆଦେଶ, ଜମି ମାଲିକ ନିରାଶ

ହାଟଡିହି (ବିକାଶ ବିଶ୍ବାଳ): ଜଣେ ଅବସରପ୍ରାପ୍ତ ରାଜସ୍ବ କର୍ମଚାରୀ ନିଜସ୍ୱ ପଟ୍ଟାଭୁକ୍ତ ଜମିକୁ ନେଇ ବାରମ୍ବାର ପ୍ରଶାସନର ଦ୍ଵାରସ୍ଥ ହୋଇ ମଧ୍ୟ ଅପରପକ୍ଷଙ୍କ ଆକ୍ରୋଶର ଶିକାର ହୋଇ ଆସୁଛନ୍ତି। ନିଜର ଜମିର ସୁରକ୍ଷା ପାଇଁ ଦୀର୍ଘ ୨୫ବର୍ଷରୁ ଉର୍ଦ୍ଧ ସମୟ ଧରି ବିଭିନ୍ନ ସମୟରେ ବାରମ୍ବାର ରାଜସ୍ୱ ଅଧୁକାରୀ, ଉପଜିଲ୍ଲାପାଳ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏପରିକି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଧାଇଁ ଧାଇଁ ହନ୍ତସନ୍ତ ହେବା ସାର ହୋଇଛି। ଜମି ମାଲିକଙ୍କର ଘର ଆନନ୍ଦପୁର ଉପଖଣ୍ଡ ପଞ୍ଚୁପଲ୍ଲୀରେ ହୋଇଥିବାବେଳେ ତାଙ୍କର ଜମିଟି ହାଟଡିହି ତହସିଲ  ଅଞ୍ଚଳରେ ହୋଇଥିବାରୁ ପ୍ରଶାସନିକ ଆଦେଶକୁ ପୁଲିସ ବେଖାତିର ଭାବେ ଗ୍ରହଣ କରୁଥିବା ସେ ପ୍ରକାଶ କରିଛନ୍ତି। ଜମିମାଲିକ ଦୂର୍ଯ୍ୟୋଧନ ଜେନାଙ୍କ ଅଭିଯୋଗ ଅନୁଯାଇ ସେ ରାଜସ୍ବ ବିଭାଗର କିରାଣି ରହିଥ‌ିବା ବେଳେ ୧୯୯୦ ମସିହାରେ ହାଟଡିହି ତହସିଲ ଅନ୍ତର୍ଗତ କପୁଣ୍ଡି ଗ୍ରାମ ଚକ ସଂଖ୍ୟା ୫୫ ଖାତା ସଂଖ୍ୟା ୫୨ ରୁ ଏ୦.୧୪ ଡିସିମିଲ ଜମି ଗୋବର୍ଦ୍ଧନ ବେହେରାଙ୍କ ଠାରୁ କ୍ରୟ କରି ଦଖଲି ସତ୍ଵ ନେବା ପରେ ଦାଖଲ ଖାରଜ ମକଦ୍ଦମା ସଂଖ୍ୟା ୨୯୧/୨୦୦୧ରେ ନିଜ ନାମରେ ପଟ୍ଟାଦରଜ କରି ରୟତ ପ୍ରଜା ଭାବରେ ଖଜଣା ପୈଠ କରି ଚାଲିଥିଲେ । ମାତ୍ର ସେ ବାହାରେ ଚାକିରି କରୁଥିବାରୁ ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ କିଛି ବ୍ୟକ୍ତି ଏହାକୁ ଦାଖଲ କରିଥିଲେ। ଏହା ଜାଣିବା ପରେ ଦୁର୍ଯ୍ୟୋଧନ ରାଜସ୍ଵ ବିଭାଗର ଚିହ୍ନଟ ଜରିଆରେ ସିମେଣ୍ଟ ଖୁଣ୍ଟି ପୋତି ତାର ଜାଲି ଦେଇଥିଲେ। କିନ୍ତୁ ଖୁଣ୍ଟି ପୋତିବା ପରେ ଜବରଦଖଲ କାରୀ ମାନେ ସେହି ରାତିରେ ଖୁଣ୍ଟି ଭାଙ୍ଗିଦେଇ ଜମିରେ ହୋଇଥିବା ଫସଲ କାଟି ନେଇଥିଲେ। ପରବର୍ତ୍ତୀ ସମୟରେ ବାରମ୍ବାର ଏପରି କରିବାରୁ ଜମି ମାଲିକ ଦୁର୍ଯ୍ୟୋଧନ ପୁଲିସ, ତହସିଲଦାର, ଉପଜିଲ୍ଲାପାଳ, ଜିଲ୍ଲାପାଳ ଏପରିକି ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକାଷ୍ଠରେ ବିଭିନ୍ନ ସମୟରେ ଅଭିଯୋଗ କରିବା ସହିତ ରେଭିନ୍ୟୁ ମିସ୍ କେସ୍ ୧୭/୨୧ର ଆଦେଶ ବଳେ ପୁଲିସ ସହାୟତାରେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଜମିର ସୁରକ୍ଷା, ଫସଲ ଆମଦାନୀ, ରାଜସ୍ବ ଆଦାୟ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ ଦେବାକୁ ଥିବାବେଳେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଜମି ମାଲିକ ଜମିରୁ ଆମଦାନୀ ଫସଲ ପାଇ ପାରୁ ନାହାନ୍ତି। ଫଳରେ ଅପରପକ୍ଷ ବାରମ୍ବାର ଚିହ୍ନଟ ଖମ୍ବ ଭାଙ୍ଗି ଫସଲ କାଟିନେଉଛନ୍ତି। ଅଭିଯାଗ ପରେବି ପୁଲିସ ନିରବ ରହିବା ଓ ଜବର ଦଖଲକାରୀଙ୍କୁ ସହଯୋଗ କରିବା ପ୍ରଶାସନର ଆଦେଶ ଅବମାନନା କରୁଥିବା ଭଳି ଘଟଣା ଘଟୁଛି। ଉପଜିଲ୍ଲାପାଳଙ୍କ ଆଦେଶ ପତ୍ରାଙ୍କ ସଂଖ୍ୟା ୧୭୮୨/୨୧, ୭୮୮୫/୨୨, ୫୬୭୨/୨୪, ୬୯୫୫/୨୪, ୧୧୨୪୭/୨୪, ଅତିରିକ୍ତ ଜିଲ୍ଲାପାଳଙ୍କ ଆଦେଶ ସଂଖ୍ୟା ୨୬୮୪/୨୪, ତହସିଲଦାର ହାଟଡିହିଙ୍କ ଆଦେଶ ସଂଖ୍ୟା ୨୫୩୪/୨୨, ୧୦୭୪/୨୪୨୯୯୩/୨୪, ୨୩୩୬/୨୫ ପ୍ରଭୃତି ଅନେକ ଆଦେଶ ପାଇ ରାଜସ୍ବ ନୀରୀକ୍ଷକ ମରୈଗାଁ ସ୍ଥାନୀୟ ପୁଲିସର ସହଯୋଗ ମାଗି ଆସିଥିଲେବି କୌଣସି ସୁଫଳ ମିଳିପାରିନି। ସ୍ଥାନୀୟ ପୁଲିସର ଅସହଯୋଗ ଯୋଗୁଁ ଅପରପକ୍ଷ ବାରମ୍ବାର ଫସଲ କାଟି ନେଉଛନ୍ତି , ଏପରିକି ଜମି ମାଲିକ ନିଜର ଜମିର ମାଲିକାନା ନିଜର। ତେଣୁ ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ଜମି ମାଲିକ ତଥା ବରିଷ୍ଠ ନାଗରିକଙ୍କୁ ସହଯୋଗ କରିବାକୁ ଜମିମାଲିକ ଦୁର୍ଯ୍ୟୋଧନ ଯେନା ଅନୁରାଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ