ଲୀଳା ସନ୍ଦେଶ
ଆହେ ଲୀଳାମୟ
ଲୀଳାର ଠାକୁର
ନାନା ରୂପେ ଲୀଳାକର,
ଧରଣୀର ଭାରା
ଉଶ୍ୱାସ ନମନ୍ତେ
ଅବତାରୀ ଏ ଧରାର ।
ଯେଉଁ ଯୁଗେ ଯେଉଁ
ଲୀଳା ରଚିଥିଲ
ସମସ୍ତେ ନ ଥିଲେ ଦେଖି,
ନିଳାଦ୍ରୀ କନ୍ଦରେ
ସେ ଲୀଳା ରଚୁଛ
ଦାରୁବ୍ରହ୍ମ ଚକାଆଖି ।
ତୁମେ ଏକା ସାଖୀ
ଆହେ ଚକାଆଖି
ତୁମେ ହିଁ ଲୀଳାପୁରୁଷ,
ତୁମରି ଇଛାରେ
ତୁମେ ଲୀଳାକରି
ଦିଅ ଅମୃତ ସନ୍ଦେଶ ।
ଯେତେ ତୁମ ଲୀଳା
ଅନ୍ୟାୟ ବିରୁଧେ
ଦୋଷୀକୁ ଦଣ୍ଡିବା ପାଇଁ,
ଦୋଷୀକୁ ଦଣ୍ଡିଲ
ପାପ ଭାର ନାଶି
ଉଶ୍ବାସ ହୋଇଛି ମହୀ ।
ଦଶ ଅବତାର
ତୁମରି ସର୍ଜନା
ସୃଷ୍ଟିର ସୁରକ୍ଷା ପାଇଁ,
ରକ୍ଷା କରି କରି
ଥକି ପଡିଲ କି
ଅରାଜକ ଉଠେ ଚେଇଁ ।
ବଢେ ଅଗ୍ନି ଭୟ
ବଢେ ବାୟୁ ଭୟ
ସମୁଦ୍ର ପତ୍ତନ ବୃଦ୍ଧି,
ଦୈବି ଦୁର୍ବିପାକ
ମାଡି ଆସୁଅଛି
ହଜିଛି ମାନବ ବୁଦ୍ଧି ।
ସଂହାରର ବେଳ
ହେଲା କି ସାଆନ୍ତେ
ଯୁଦ୍ଧରେ ଜଳୁଛି ମହୀ,
ସ୍ନାନ ସାରି ପ୍ରଭୁ
ଗଜାନନ ବେଶେ
ବୁଦ୍ଧି ଦିଅ ରହୁ ମହୀ ।
😌😌😌😌😌✍️
ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ