ବିକଶିତ କୃଷି ସଂକଳ୍ପ ଅଭିଯାନ
ବେତନଟୀ ( ଉଦିତ କୁମାର ପରିଡା ) : ନୂତନ ପ୍ରଯୁକ୍ତି ବିଦ୍ୟା ଓ ସରକାରୀ ଯୋଜନା ସମ୍ବନ୍ଧୀୟ ସୂଚନା ପ୍ରଦାନ ପାଇଁ ଭାରତ ସରକାର ଆରମ୍ଭ କରିଛନ୍ତି ବିକଶିତ କୃଷି ସଂକଳ୍ପ ଅଭିଯାନ। ଏହି ଅଭିଯାନ ଗତ ମେ ୨୯ ତାରିଖ ରୁ ଆରମ୍ଭ ହୋଇ ଜୁନ ୧୨ ରେ ଶେଷ ହେବାକୁ ଥିବା ବେଳେ ବେତନଟୀ ବ୍ଲକ ଅଧୀନ ପାଇକ ଯୁଗୁପୁରା ଗ୍ରାମ ର ଏକ ପ୍ରାଥମିକ ବିଦ୍ୟାଳୟରେ ଏହି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ବେତନଟୀ ବ୍ଲକ କୃଷି ଅଧିକାରୀ ତଟିନୀ ତପସ୍ୱିନୀଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ବୈଠକ ର ସେଣ୍ଟ୍ରାଲ ରାଇସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ସି ଆର ଆର ଆଇ) କଟକ ର ବୈଜ୍ଞାନିକ ଲମ୍ବଧର ବେହେରା , ରୂପକ ଜେନା, ମୟୂରଭଞ୍ଜର ସାମାଖୁଣ୍ଟା କୃଷି ବୈଜ୍ଞାନିକ ଜଗନ୍ନାଥ ପାତ୍ର ଓ ଗୋବିନ୍ଦ ଚନ୍ଦ୍ର ଧଳ ମଞ୍ଚରେ ଉପସ୍ଥିତ ରହି ଚାଷୀ ମାନଙ୍କୁ ସରକାରୀ ଯୋଜନା ସମ୍ପର୍କ ରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଅନୁଷ୍ଠିତ ସଂକଳ୍ପ ଅଭିଯାନ ରେ ବୈଶିଙ୍ଗା , ମହୁରୀ, ପାଇକ ଜୁଗୁପୁରା, କଦଳିଆ, ନଛିପୁରିଆ ଓ ରଙ୍ଗାମାଟିଆ ରୁ ଦୁଇ ଶହ ରୁ ଅଧିକ ଚାଷୀ ଯୋଗଦାନ କରିଥିଲେ। ଏହି କାର୍ଯ୍ୟ କ୍ରମ ରେ ବୈଶିଙ୍ଗାର ସରପଞ୍ଚ ସାବିତ୍ରୀ ମୂର୍ମୁ, ବେତନଟୀ ବ୍ଲକ ଉଦ୍ୟାନ ଅଧିକାରୀ ମଧୁସ୍ମିତା ଜେନା, ସହକାରୀ ବ୍ଲକ କୃଷି ଅଧିକାରୀ ବିଜୟ କୁମାର ନାୟକ , ମୂର୍ତ୍ତିକା ସଂରକ୍ଷଣ ଓଭର୍ଶିଅର ନରେଶ ଦାସ ପ୍ରମୁଖ କାର୍ଯ୍ୟ କ୍ରମ ରେ ଉପସ୍ଥିତ ରହି ଅଭିଯାନ କୁ ସଫଳ କରିବା ପାଇଁ ଉତ୍ସାହିତ କରିଥିଲେ।