ବିଜେଡି କର୍ମୀ ସମ୍ମିଳନୀ
ମୋହନା, (ଓ୍ବାଇଏନଏସ): ଗଜପତି ଜିଲ୍ଲା ମୋହନା ବିଜୁ କଲ୍ୟାଣ ମଣ୍ଡପରେ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କର୍ମୀ ସମ୍ମିଳନୀ ରେ ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଯୋଗଦେଇ ଗତ ଏକ ବର୍ଷ ମଧ୍ୟରେ ରାଜ୍ୟରେ ବିଜେପି ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛି । ଲୋକଙ୍କୁ ଦେଇଥିବା ପ୍ରତିଶୃତି ପୂରଣ ନକରି ସଫଳତା ଉତ୍ସବ ପାଳନ କରିବା ହାସ୍ୟାସ୍ପଦ ବୋଲି ସେ କହିଛନ୍ତି । ଲୋକଙ୍କୁ ମିଛ କହି ସରକାର କୁ ଆସିବା ପରେ ବିଜେପି ରାଜ୍ୟକୁ ଋଣ ଭାରରେ ବୁଡାଇଦେଇଛି। ଚିଟଫଣ୍ଡ ଟଙ୍କା ଫେରସ୍ତ, ପ୍ରତି ଘରକୁ ମାଗଣା ବିଜୁଳି ଦେବାକୁ ପ୍ରତିଶୃତି ଦେଇଥିଲା ବିଜେପି । ତାହା ଏଯାଏଁ ହୋଇନି । ତେଣୁ ବିଜେପି ସରକାର ର ବିଫଳତା ନେଇ ବିଜେଡି ଜନ ଜାଗରଣ କରିବ ବୋଲି କହିଛନ୍ତି ଭୃଗୁ ବକ୍ସିପାତ୍ର। ଏହି କର୍ମୀ ସମ୍ମିଳନୀ ରେ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ, ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ପୂର୍ବତନ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ସୁବାଷ ମହାରଣା, ପୂର୍ବତନ ଗଜପତି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଞ୍ଜନ ପଲେଇ, ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଯୁବନେତା ବିଳାସ ନାୟକ, ଜିଲ୍ଲା ପରିଷଦ ସଭ୍ୟ ସୁନୀଲ ବିଷୋୟୀ, ଚନ୍ଦ୍ର ମଲିକ ସମେତ ବହୁ କର୍ମୀ ଯୋଗଦେଇଥିଲେ ।