ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ

ହାଟଡ଼ିହି(ବିକାଶ ବିଶ୍ବାଳ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣିହୋଇଯାଇଛି। ହାଟଡ଼ିହି ବ୍ଲକର ବିଡିଓ  ରଞ୍ଜନ କୁମାର ପରିଡ଼ାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ  କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ, ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହରପ୍ରିୟା ନାୟକ, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ କୁମାର ନାଗଭୂଷଣ, ଆନନ୍ଦପୁର ଉପଜିଲ୍ଲାପାଳ ନୀଳମାଧବ ସୁନା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କିଶୋର କୁମାର ପୃଷ୍ଟି, ପ୍ରମୁଖ ଯୋଗଦେଇ ୯୫ଟି ଅଭିଯୋଗର ଶୁଣାଣି କରିଥିଲେ। ଦିନ ତମାମ୍ ବର୍ଷା ଲାଗି ରହିବା ଯୋଗୁଁ ଅଭିଯୋଗକାରୀ ଙ୍କ ସଂଖ୍ୟା କମ୍ ହୋଇଥିଲା। ଏହି ଶିବିରରେ ୩୮ଟି ଜମିଜମା ସଂକ୍ରାନ୍ତୀୟ ଅଭିଯୋଗ ଆସିଥିବା ବେଳେ ୧୮ଟି ଭତ୍ତା, ୪ଟି ଭାଗବତ ଟୁଙ୍ଗି,  ଗୋଟିଏ ଅପହରଣ, ୮ଟି ରାସ୍ତା, ୧୨ଟି ଶିକ୍ଷା ବିଭାଗର ବଦଳି, ୩ଟି ଗ୍ରାମୀଣ ଆବାସ ସଂକ୍ରାନ୍ତୀୟ, ୨ଟି ମନରେଗା ଭଳି ଅଭିଯୋଗ ଆସିଥିଲା। କିଛି ଆବାସ ଯୋଜନା ହିତାଧୀକାରୀ ଙ୍କ ଟଙ୍କା ଭିନ୍ନ ଲୋକଙ୍କ ଏକାଉଣ୍ଟ୍ କୁ ଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ତାହାକୁ ଫେରାଇ ଆଣିବା ପାଇଁ କୌଣସି ପଦକ୍ଷେପ ନିଆ ଯାଉ ନଥିବା ଅଭିଯୋଗ କରିଥିଲେ। ସେହିପରି ବଡ଼ରମ୍ପାସ ଗ୍ରାମରେ ଏକର ଏକର ସରକାରୀ ଜମି ଜବରଦଖଲ ହୋଇଥିବାରୁ ତାହାକୁ ଉଚ୍ଛେଦ କରିବା ପାଇଁ କିଛି ଗ୍ରାମବାସୀ ଜିଲାପାଳଙ୍କୁ ଗୁହାରୀ କରିଥିଲେ। ସେହିପରି ମରେଇଗାଁ ନିକଟରେ ନୟଞ୍ଜୋରିକୁ କିଛି ଲୋକ ପୋଟିଦେଇଥିବାରୁ ଜଳ ନିସ୍କାସନ ହୋଇ ନପାରି ୧୦ଏକରରୁ ଊର୍ଦ୍ଧ୍ବ ଜମି ଚାଷ ହୋଇ ପାରୁନଥିବା ଚାଷୀମାନେ ଅଭିଯୋଗ କରିଥିଲେ। ଏହି ଶିବିରରେ ତହସିଲଦାର ଶିବବ୍ରତ ତ୍ରିପାଠୀ, ଜିଲ୍ଲା ସହ ଶିକ୍ଷାଧିକାରୀ ସତ୍ୟନାରାୟଣ ମହାନ୍ତ,  ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ ସାମନ୍ତରାୟ, ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ବସନ୍ତ କୁମାର ପଣ୍ଡା, ଗ୍ରାମ୍ୟ ଜଳଯୋଗାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ମାନସ ରଞ୍ଜନ ପରିଡ଼ା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରତିମା ଦଣ୍ଡପାଟ, ହଦଗଡ଼ ବନାଞ୍ଚଳ ଅଧିକାରୀ ମାର୍ଶାଲ କିସ୍କୁ,  ହାଟଡ଼ିହି ବ୍ଲକ ଶିକ୍ଷାଧିକାରୀ ରାଜୀବ ଦଳେଇ, ବ୍ଲକ ଶ୍ରମ ଅଧିକାରୀ ଶାଶ୍ଵତ ପଲେଇ, ଗ୍ରାମ୍ୟ ଉନ୍ନୟନ ବିଭାଗ ର ସହକାରୀ ଯନ୍ତ୍ରୀ କରୁଣାକର ନନ୍ଦ, ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ କେଳୁ ଚରଣ ଦଳେଇ, ହାଟଡ଼ିହି ଅବକାରୀ ଥାନା ଅଧିକାରୀ ସ୍ମିତା ବେହେରା, ସିଡ଼ିପିଓ ଉମାମଣି ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ସାମିଲ ହୋଇଥିଲେ।  ବ୍ଲକ କର୍ମଚାରୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ