ସାମ୍ୱାଦିକ ବଟି ମାଗିବା ଅଭିଯୋଗ ; ମାମଲା ରୁଜୁ କଲା ପୁଲିସ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ନିକଟ ନିମପଲ୍ଲୀ ସ୍ଥିତ ସରକାରୀ ଲାଇସେନ୍ସ ପ୍ରାପ୍ତ ଦେଶୀମଦ ଭାଟି ଭିତରକୁ ଯାଇ  ଉପସ୍ଥିତ କର୍ମଚାରୀ ଙ୍କୁ ମାଡ଼ ମାରି  ବଟି ମାଗିବା ସହ ଧମକ ଦେବା ଅଭିଯୋଗରେ ଏକ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଚ୍ୟାନେଲ ର ସାମ୍ବାଦିକ ବୋଲି ପରିଚୟ ଦେଇଥିବା ଜିତେନ୍ଦ୍ର ଗୌଡ଼ ଙ୍କ ନାଁ ରେ ଦିଗପହଣ୍ଡି ପୁଲିସ ଥାନା ମାମଲା ନଂ.୨୧୧/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ମଦଭାଟି କର୍ମଚାରୀ  ଜି. ଶ୍ୟାମବାବୁ ରେଡ୍ଡୀ ସୋମବାର ମଧ୍ୟାହ୍ନ  ମଦଭାଟି ରେ କାମ କରୁଥିବା ବେଳେ ଜିତେନ୍ଦ୍ର ତାଙ୍କ ଅନ୍ୟଜଣେ ସହଯୋଗୀ ଙ୍କ ସହ ସେଠାକୁ ଯାଇ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ମାସିକ ବଟି ଦେବାକୁ କହିଲେ। ସେ ତାଙ୍କୁ ଚିହ୍ନି ନଥିବା କହିବାରୁ ମୋର ବହୁତ ପିଲା ଚିହ୍ନା ଅଛନ୍ତି ।ସେମାନଙ୍କୁ ଡ଼କାଇ ତୋ କଥା ବୁଝିବି। ମୋର ସବୁ ମିଡ଼ିଆ ଚିହ୍ନା ଅଛନ୍ତି । ତୁମର ସବୁ ବଦନାମ କରିଦେବି କହି ଅଶ୍ଳିଳ ଭାଷା ରେ ଗାଳି ଗୁଲଜ କରିଥଲେ।ପ୍ରତିବାଦ କରିବାରୁ ତାଙ୍କୁ ଆକ୍ରମଣ ମଧ୍ୟ କରିଥିଲେ।ଅନ୍ୟ କର୍ମଚାରୀ ମାନେ ଘଟଣାସ୍ଥଳକୁ ଦୌଡ଼ି ଆସିବାରୁ ଜିତେନ୍ଦ୍ର ଏବଂ ତାଙ୍କ ସାଙ୍ଗରେ ଥିବା ଅନ୍ୟ ଜଣେ ଯୁବକ ଲାଲ ରଙ୍ଗର ବାଇକ (ନଂ. ଓଡ଼ି୦୭ କ୍ୟୁ-୬୧୪୨) ଯୋଗେ ପଳାଇଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି। ଅପରପକ୍ଷରେ ଜିତେନ୍ଦ୍ର ବେଆଇନ ମଦବ୍ୟବସାୟ ବିରୋଧରେ ଖବର ପ୍ରସାରଣ କରିବା ପରେ  ମଦଭାଟି କୁ ଯାଇ କେତୋଟି ଗ୍ରାମପଞ୍ଚାୟତ ରେ ମଦଭାଟି ର ଆଉଟ୍ ଲେଟ ରହିଛି ବୋଲି ସେଠାରେ ଉପସ୍ଥିତ   ଜି.ଶ୍ୟାମବାବୁ ରେଡ୍ଡୀ ଏବଂ ଭୀମ ରେଡ୍ଡୀ ଙ୍କୁ ପଚାରିବାରୁ ତୁ କଣ ଖବର ପ୍ରସାରଣ କରିବୁ ତୋ ଲେଖା ଆମେ ରାଇଟ କରି ଜୀବନରେ ମାରିଦେବୁ ବୋଲି ଉଭୟେ ଧମକ ଦେଇଥିବା ନେଇ ସେ ଏତଲା ଦେଇଛନ୍ତି।ପୁଲିସ ଏତଲାକୁ ଭିତ୍ତିକରି ଥାନା ମାମଲା ନଂ.୨୧୨/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ