ଓଏମସି ଖଣିରୁ କ୍ରୋମାଇଟ ପରିବହନ ବ୍ୟବସ୍ଥା ପାଇଁ ଧାରଣାରେ ବଉଳା ଟ୍ରକ ମାଲିକ ସଙ୍ଘ

ହାଟଡିହି (ବିକାଶ ବିଶ୍ବାଳ): ବାଙ୍ଗୁର ଓଏମସି ଖଣିରୁ କ୍ରୋମାଇଟ ପରିବହନର ସୁବ୍ୟବସ୍ଥା କରିବାକୁ ଦାବି କରିଛି ବଉଳା ଟ୍ରକ୍ ମାଲିକ ସଙ୍ଘ। ଆଜି ସଂଘର ୩୦ରୁ ଊର୍ଦ୍ଧ୍ବ ସଦସ୍ୟ ବାଙ୍ଗୁର ମାଇନ୍ସ ଫାଟକ ସମ୍ମୁଖରେ ବସି ନିଷ୍ପତ୍ତି ବିଲମ୍ବର ପ୍ରତିବାଦ କରିଛନ୍ତି। ସେମାନଙ୍କ ଅଭିଯୋଗ ଯେ ଖଣି କର୍ତ୍ତୁପକ୍ଷ ବଉଳା ଟ୍ରକ ମାଲିକ ସଂଘ ସହିତ ଆଲୋଚନା କରି ଗାଡ଼ି ପଠାଇବାକୁ କହିଥିଲେ। ସେହି ଅନୁସାରେ ଟ୍ରକ୍ ମାଲିକ ମାନେ ସେମାନଙ୍କ ଟ୍ରକ ଗୁଡ଼ିକୁ ଯୋଡା, ବଡ଼ବିଲ ଅଞ୍ଚଳରୁ ମଗାଇ ଲୋଡ଼ିଂ ପାଇଁ ପଥାଇବାରୁ ପୋଲିସ ବାଟରୁ ସେସବୁକୁ ଅଟକ ରଖିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନନେବାରୁ ସେମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଯାହାକୁ ନେଇ ଆଜି ସୁରେନ୍ଦ୍ର ବେହେରା, ସୁରେନ୍ଦ୍ର ସାହୁ, ନରେନ୍ଦ୍ର ମଲ୍ଲିକ, ଗଜେନ୍ଦ୍ର ବିଶ୍ଵାଳ, ଦୁର୍ଗା ପ୍ରସାଦ ଆଇଚ, ଦୀପକ ପହି, ଅନନ୍ତ ନାରାୟଣ ମାଝୀ, ସନ୍ତୋଷ ପାତ୍ର, ଲକ୍ଷ୍ମୀକାନ୍ତ ମହାନ୍ତି, କୃଷ୍ଣଚନ୍ଦ୍ର ନାୟକ, ଜିତନ କୁମାର ସାହୁ, ଅଶୋକ ଗୁପ୍ତା, ଶୁଶାନ୍ତ ମାଝୀ, ଉତ୍ତମ ବେହେରା, ସୁଶାନ୍ତ ନାୟକ, ଦେବେନ୍ଦ୍ର ପ୍ରଧାନ, ବୈଲୋଚନ ନାୟକ, ସଂଗ୍ରାମ ବେହେରା, ଦେବେନ୍ଦ୍ର ପଣ୍ଡିତ, ଖଗେଶ୍ୱର ମହାନ୍ତି, ମାନସ ନାୟକ, ଉତ୍ତମ ସାହୁ, ଚନ୍ଦ୍ର ମୋହନ ଜେନା, ପ୍ରସାନ୍ତ ନାୟକ, ମୁକ୍ତିକାନ୍ତ ରାଉତ, ରାଜେଶ ରାଉତ, ଯାଡୁ ବିଶ୍ଵାଳଙ୍କ ସମେତ ଅନେକ ଟ୍ରକ୍ ମାଲିକ ଧାରଣାରେ ବସିଥିଲେ। ସେମାନଙ୍କ ଦାବି ପୂରଣ ଓ କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ