ଏଲଜି କମ୍ପାନୀ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ
କଟକ (ଓ୍ବାଇଏନଏସ): କଟକ ଆଠଗଡ଼ ବ୍ଲକ ଗୁରୁଡିଝାଟିଆ ପଂଚାୟତ ଅଧିନ ଡେରା ଗ୍ରାମରେ ଲକି ଜେନେରାଲ (ଏଲଜି) କମ୍ପାନୀ ଗରିବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛି । ଏହି ବଣ୍ଟନ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ସଞ୍ଜୟ ରାଉତ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ବୈଜୟନ୍ତୀ ଦଳେଇ ମୁଖ୍ୟ ବକ୍ତା, ସମ୍ମାନିତ ଅତିଥିଭାବେ ସଂଗଠନ ଜଷ୍ଟ ଫର ଇଉ ର ସଭାପତି ସୁଧାଂଶୁ ସାହୁ ଯୋଗ ଦେଇ ଏଲଜି କମ୍ପାନିର ଏଭଳି ଜନ ହିତକର କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ । କମ୍ପାନୀର କର୍ମଚାରୀ ପ୍ରିୟମ୍ବଦା ଲଳିତା ନାୟକଙ୍କ ଦ୍ଵାରା ୧୨୦ଜଣ ଗରିବ ଲୋକଙ୍କୁ ଚୁଡ଼ା, ଚିନି,ଚାଉଳ, ଅଟା ଆଦି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଲକି ଜେନେରାଲ କମ୍ପାନୀର ଏଭଳି କାର୍ଯ୍ଯ କ୍ରମକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି ।