ଅନ୍ତର୍ଜାତୀୟ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ

କୋଣାର୍କ(ଗଣେଶ ଚନ୍ଦ୍ର ବେହେରା): ପୁରୀ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ପୂର୍ବାହ୍ନରେ କୋଣାର୍କରେ ଅନ୍ତର୍ଜାତୀୟ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ ପାଳିତ ହୋଇଯାଇଛି। ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ସଚେତନତା ସୃଷ୍ଟି କରିବା ସହ ଶୋଭାଯାତ୍ରା କରାଯାଇଥିଲା। ଭଗବତୀ କଲେଜ୍ ଓ ବିଭିନ୍ନ କଲେଜର ଶତାଧିକ ଏନସିସି ଛାତ୍ରଛାତ୍ରୀ ମାନେ ଯୋଗଦେଇ ଯାତ୍ରୀ ନିବାସ ଠାରୁ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସଚେତନତାର ବାର୍ତା ଦେଇ ଲୋକଙ୍କୁ ସଚେତନତା କରିଥିଲେ। କୋଣାର୍କ ବଜାର ପରିକ୍ରମା କରି ସୂର୍ଯ୍ୟ ମନ୍ଦିର ନିକଟରେ ଶୋଭାଯାତ୍ରାର ସମାପ୍ତି ହୋଇଥିଲା। ନିଶା ଦ୍ରଵ୍ୟ ବର୍ଜନ କରିବା ସହ ନିଶା ନିବାରଣ ପାଇଁ ସଚେତନତା ସୃଷ୍ଟି କରିବା ନିମନ୍ତେ ସଂକଳ୍ପ ନେବା । ନିଶା ଦ୍ରବ୍ୟର ଚୋରା ଚାଲାଣ ଓ ସେବନ ଠାରୁ ଦୂରେଇ ରହି ସୁସ୍ଥ ସମାଜ ଗଠନରେ ସହଯୋଗ କରିବାକୁ ଅଧିକ୍ଷକ ଶ୍ରୀଯୁକ୍ତ ସାମଲ ଆହ୍ବାନ ଦେଇଥିଲେ। ଏହି ଅବସରରେ ଯୋଗଦେଇଥିବା ସମସ୍ତ ସ୍ବେଚ୍ଛାସେବୀ ମାନଙ୍କୁ ସଚେତନା ଧର୍ମି ସାର୍ଟ ଓ ଟୋପି ପ୍ରଦାନ କରାଯିବା ସହିତ ଲଟେରୀ ମାଧ୍ୟମରେ ୬ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ହେଲମେଟ ଉପହାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୁରୀ ସଦର ଅବକାରୀ ନିରୀକ୍ଷକ ସତ୍ୟଜିତ ଖଟୁଆ, କୋଣାର୍କ ଅବକାରୀ ଉପନିରୀକ୍ଷକ ମନୋଜ ପୂର୍ସେଟ, ସାତପଡ଼ା ଉପ ନିରୀକ୍ଷକ ସ୍ମିତା ପଣ୍ଡା, କର୍ମଚାରୀ ଏସକେ ୱାରିସ, ସମାଜସେବୀ ରାମକୃଷ୍ଣ ମହାନ୍ତି ଙ୍କ ସମେତ ସମସ୍ତ ଅବକାରୀ କର୍ମଚାରୀ ମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ