ନିଶାଦ୍ରବ୍ୟ ଅପ ବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ
ଛତ୍ରପୁର : ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ କାରାବାର ନିରୋଧ ଦିବସ ପାଳିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଗଞ୍ଜାମ ଅବକାରୀ ବିଭାଗ ପକ୍ଷରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ର ସହଯୋଗ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନା ଅଧ୍ୟକ୍ଷତା କରିଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ରାମକୃଷ୍ଣ ମଠ ମିଶନ ର ଅଧ୍ୟକ୍ଷ ସ୍ୱାମୀ ଆଶ୍ରୟାନନ୍ଦଜି ମହାରାଜ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ପୂର୍ବତନ ଅବକାରୀ ଅଯୁକ୍ତ ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସୁଦର୍ଶନ ନାୟକ ଏବଂ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠି, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଡ଼ିଏସ ଏସ ଓ କୃଷ୍ଣ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ ବିଭିନ୍ନ ମାଦକ ଦ୍ରବ୍ୟ ତଥା ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ଲୋକଙ୍କୁ ଅବଗତ କରାଇବା ସହିତ ଅପ ମିଶ୍ରିତ, ବିଷାକ୍ତ ଏବଂ ଚୋରା ମଦ କାରାବାର ସମ୍ପୂର୍ଣ୍ଣ ରୋକିବା କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ବୋଲି କହିଥିଲେ। ଏନେଇ ମେ ୩୧ ତାରିଖ ଠାରୁ ଜୁନ ୨୫ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଅବକାରୀ ଉପ ଅଧିକ୍ଷକ ସ୍ୱାଧୀନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅବକାରୀ ଉପ ଅଧିକ୍ଷକ ଅଳକା ସୁନା, ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ଅବକାରୀ ନିରୀକ୍ଷକ ଅଂଶୁମାନ ଜେନା, ଉପ ନିରୀକ୍ଷକ ସୂର୍ଯ୍ୟ ନାରାୟଣ ରଥ, ଆସ୍କା ଓ ଭଂଜନଗର ଅବକାରୀ ନିରୀକ୍ଷକ ଡମ୍ବରୁ ଧର ହରିଜନ, ଛତ୍ରପୁର ଅବକାରୀ ନିରୀକ୍ଷକ ବାଳକ ବିଶି, ଛତ୍ରପୁର ଅବକାରୀ ଥାନାଧିକାରୀ ସୁବ୍ରତ କୁମାର ଦାସ, ଆସ୍କା ଅବକାରୀ ଥାନାଧିକାରୀ ରାକେଶ ଖୁଣ୍ଟିଆ ଙ୍କ ସମେତ ବହୁ ଅବକାରୀ ବିଭାଗର କର୍ମଚାରୀ ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଏନେଇ ସ୍କୁଲ କଲେଜ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଏକ ସଚେତନତା ରଥ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା ।ଉକ୍ତ ସଚେତନତା ରଥକୁ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଓ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗ ଦେଇ ଶୁଭାରମ୍ଭ କରିଥିଲେ।