ଆନ୍ଧ୍ରକୁ ବେଆଇନ ବାଲି ଚାଲାଣ: ଟ୍ରକ୍‌କୁ ୪ ଲକ୍ଷ ଜରିମାନା

ପାରଳାଖେମୁଣ୍ଡି,27/6(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରୁ ଆନ୍ଧ୍ର ପ୍ରଦେଶକୁ ବେଆଇନ ବାଲି ଚାଲାଣ ଅଭିଯୋଗରେ ଏକ ଟ୍ରକକୁ ଜିଲ୍ଲା ପ୍ରଶାସନ 4 ଲକ୍ଷ ଟଙ୍କା ଜରିମାନା କରିଥିବା ଜଣାଯାଇଛି. ସୂଚନାଯୋଗ୍ୟଯେ, ଗତ ମାସ ୨୫ ତାରିଖରେ ବେଆଇନ ଭାବେ ଗଜପତିରୁ ଆନ୍ଧ୍ରକୁ ବାଲି ଚୋରା ଚାଲାଣ କରିଥିବା ଏକ ବାଲି ଟ୍ରକକୁ ଖଣି ବିଭାଗ କର୍ମଚାରୀ ଜବତ କରିଥିଲେ। ଏହି ଟ୍ରକଟି କାଶୀନଗର ବ୍ଲକ ଅନ୍ତର୍ଗତ ମିନିଗାଁ ଛକ ନିକଟରେ ଜବତ ହୋଇଥିଲା। ଖଣି ଅଧିକାରୀ ବିଶ୍ୱଜିତ ମାହନ୍ତ ଓ ଚିଷ୍ଣୁ ଦେହୁରୀ ଟ୍ରକକୁ ଜବତ କରିବା ପରେ ପାରଳାଖେମୁଣ୍ଡି ଆଦର୍ଶ ଥାନାକୁ ହସ୍ତାନ୍ତର କରିଥିଲେ। ବର୍ତ୍ତମାନ ପ୍ରାୟ 1ମାସ ପରେ ପ୍ରଶାସନ ତରଫରୁ ୪ ଲକ୍ଷ ୩ ହଜାର ଟଙ୍କା ଜରିମାନା ଆଦାୟ କରାଯିବା ପରେ ଟ୍ରକଟିକୁ ଖଲାସ କରାଯାଇଥିବା ପାରଳା ଆଦର୍ଶ ଥାନା ତରଫରୁ ସୂଚନା ମିଳିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ