ବିଦ୍ୟା ମନ୍ଦିରରେ ମେଧାବୃତ୍ତି ପ୍ରଦାନ

ବନ୍ତ(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଆଗରପଡା କୃଷ୍ଣ ଚରଣ ବିଦ୍ୟା ମନ୍ଦିର ପରିସରରେ ଆଜି ମେଧାବୃତ୍ତି ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସରସ୍ୱତୀ ଦେବୀ ଚାରି ଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଚାଟାର୍ଡ ଆକାଉଣ୍ଟାଣ୍ଟ ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ଜୟନ୍ତୀ ଅବସରରେ ମେଧାବୀ ଛାତ୍ରଙ୍କୁ ଉଚ୍ଚ ଶିକ୍ଷା ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ପ୍ରଧାନ ଶିକ୍ଷକ ଶରତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏସ.ଏମ୍‌.ସି ସଭାପତି ସନ୍ତୋଷ କୁମାର ସାହୁ ଉପସ୍ଥିତ ରହି ସରସ୍ୱତୀ ଦେବୀ ଟ୍ରଷ୍ଟର ଏହି ମହାନ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ବିଦ୍ୟାଳୟର ସର୍ବୋଚ୍ଚ ନମ୍ବର ରଖିଥିବା ମେଧା ଛାତ୍ର ଶୁଭମ ବାରିକ ଏବଂ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ପ୍ରେତ୍ସାହନ ଅର୍ଥ ରାଶି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍ୱର୍ଗତ ମହାନ୍ତିଙ୍କ ସୁପୁତ୍ର କେରଳ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ମହାନ୍ତି ଏବଂ ସହଧର୍ମିଣୀ ଭାରତ ସରକାରଙ୍କ ବେତାର ବିଭାଗର ଅବସରପ୍ରାପ୍ତ ନିର୍ଦ୍ଦେଶିକା ପ୍ରଣତି ମହାନ୍ତି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ