ରାସ୍ତା ସମସ୍ୟା ନେଇ ବିଡ଼ିଓ ଏବଂ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

ହାଟଡିହି (ଓ୍ବାଇଏନଏସ): ବଞ୍ଚୋ ନାଇକ୍ ସାହିକୁ ନାହିଁ ସବୁଦିନିଆ ରାସ୍ତା। ଗାଁ ରେ ୬୦ରୁ ଊର୍ଦ୍ଧ୍ବ ପରିବାରର ତିନିଶହ ରୁ ଉର୍ଦ୍ଧ୍ୱ ଲୋକ ବସବାସ କରୁଥିବା ବେଳେ ରାସ୍ତା ନଥିବାରୁ ବର୍ଷା ଦିନେ ଗାଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ଏପରିକି ବର୍ଷାଦିନେ କାହାର ଦେହ ଅସୁସ୍ଥ ହେଲେ ବହୁ ହିନସ୍ଥା ହେଇଛନ୍ତି ସାହି ଲୋକେ। ଖଟିଆରେ ବୋହି ବୋହି ମୂଖ୍ୟ ରାସ୍ତାକୁ ଆଣିବା ପରେ ଆମ୍ବୁଲାନ୍ସ କି ଅନ୍ୟ ଗାଡ଼ିରେ ଡାକ୍ତରଖାନା ନେଉଛନ୍ତି। କୌଣସି ଦୈବୀ ଦୁର୍ବିପାକ ବେଳେ ଦମକଳ, ଆମ୍ବୁଲାନ୍ସ ଟିଏ ବି ଗାଁକୁ ଯାଇ ପାରୁନି। ଗାଁ ର ଛୁଆ ପିଲା ମାନେ ସ୍କୁଲ ମଧ୍ଯ ଜାଇ ପାରୁ ନାହାନ୍ତି। ସାହି ଲୋକେ ଚାଷ ବାସ କରିବା ପାଇଁ ଟ୍ରାକ୍ଟର ଟିଏ ବି ନେଇ ପାରୁ ନାହାନ୍ତି। ସାହି ବାସିନ୍ଦା ମାନେ ବାରମ୍ବାର ଅଭିଯୋଗ କରୁଥଲେ ବି କୌଣସି ସୁଫଳ ମିଳୁନାହିଁ। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ମାଗୁଣି ନାଇକ, ସୁରେନ୍ଦ୍ର ନାଇକ, ସଦାନନ୍ଦ ନାଇକ, ତପନ ନାଇକ, ଅଭିମନ୍ୟୁ ନାଇକ, ଗଜେନ୍ଦ୍ର ନାଇକ, ରବୀନ୍ଦ୍ର ନାଇକ, ଦୟାନିଧି ନାଇକ, ବଳରାମ ନାଇକ, କାର୍ତ୍ତିକ ନାଇକ, ବିଳାସ ନାଇକ, ପଦ୍ମାବତୀ ନାଇକ, କୁନ୍ତୀ ନାଇକ, ରଶ୍ମି ନାଇକ, ସେବତୀ ନାଇକ ପ୍ରମୁଖ ଦାବି କରିଛନ୍ତି। ଏନେଇ ଗ୍ରାମବାସୀ ମାନେ ହାଟଡିହି ବ୍ଲକର ବିଡ଼ିଓ, ବ୍ଲକ ଉପାଧ୍ୟକ୍ଷଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହିତ ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଏହି ସାହିକୁ ଯିବାକୁ  ଯେଉଁ ରାସ୍ତାଟି ଅଛି ତାହା ମଝିରେ କିଛି ଲୋକଙ୍କ ପଟ୍ଟା ଭୁକ୍ତ ଜମି ରହିଥିବାରୁ ସେମାନେ ଅଧିକା ଜମି ଛାଡ଼ୁ ନାହାନ୍ତି। ତେଣୁ ରାସ୍ତା ନିର୍ମାଣ ହୋଇପାରୁନି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ