ଆଡପ ଅବଢା
ଆଡପ ମଣ୍ଡପେ
ଆଡପ ଅବଢା
ବାସୁଅଛି ମହ ମହ,
ମାଆ ସ୍ନେହ ଶ୍ରଦ୍ଧା
ଯହିଁ ଭରିଥାଏ
କିଏ ତାର ସମ କୁହ ।
ଅମୁହାଁ କୂଅର
ଜଳେ ସ୍ନାନକରି
ଜ୍ଜର ପଡିଥିଲେ ପୁଅ,
ମାଆ ହାତ ରନ୍ଧା
ମନେ ପଡିଗଲା
ଜ୍ଜର ନାହିଁ ଦେଖ ଦେହ ।
ବାଟରେ ଆସିଛି
ବରଷାରେ ଭିଜି
ତିନ୍ତେଇ ତିନ୍ତେଇ ଦେହ,
ଜ୍ଜର ଲେଉଟିନି
ମାଆ କଥା ଭାବି
ଆହା କି ଅପୂର୍ବ ଦିଅଁ ।
ପୁଅ ମନ ଜାଣି
ମାଆ ରାନ୍ଧିଅଛି
ମନେ ବହି ଶ୍ରଦ୍ଧା ଭାବ,
ଯେତେ ଯେତେ ଦ୍ରବ୍ଯ
ଜଗତରେ ଅଛି
ସବୁଠୁ ଏହା ଦୁର୍ଲଭ ।
ଆସ ଆସ ବାରେ
ଆଡପ ମଣ୍ଡପେ
ଆଡପ ଅବଢା ଖାଇ,
ମାଆ ସ୍ନେହ ଶ୍ରଦ୍ଧା
ମନେ ଭରିଦେବା
ଓଡ଼ିଆ ସଂସ୍କୃତି ଏହି ।
ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ