କେମିକାଲ ଚୂନ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ : ଜଣେ ମୃତ

ଧାମନଗର (ଓ୍ବାଇଏନଏସ):  ଧାମନଗର ଥାନା ଅନ୍ତର୍ଗତ ମୁନିସିପାଟଣା ଗ୍ରାମର କୈଳାସ ବେହେରା (୪୨)ଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ ବାଲେଶ୍ୱର ସ୍ଥିତ ଘରୋଇ ସଂସ୍ଥା ଚୂନ ଗୋଦାମରେ ଗତ ୩୦ ମଇ ବିଳମ୍ବିତ ରାତିରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଘଟିଥିଲା।ସେଠାରେ କୈଳାସ ବେହେରା ଦୀର୍ଘଦିନ ଧରି ଉକ୍ତ ଗୋଦାମରେ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଗୋଦାମରେ ହଠାତ୍ ନିଆଁ ଲାଗିଯିବାରୁ ସେ ଭିତରେ ଫସି ଯାଇଥିଲେ। ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ଉଦ୍ଧାର କାର୍ଯ୍ୟ ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା। ଘଟଣାସ୍ଥଳରେ ସେ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡ଼ିଛି।କୈଳାସ ବେହେରା ପରିବାରର ଏକମାତ୍ର ରୋଜଗାରିଆ ମୁରବୀ ଥିବାବେଳେ ତାଙ୍କ ଅକାଳ ବିୟୋଗରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଖବର ପାଇବା ପରେ ମୁନିସିପାଟଣା ଗ୍ରାମ ସମେତ ସମଗ୍ର ଧାମନଗର ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି। ଖବର ପାଇ ସ୍ଥାନୀୟ ବିଭିନ୍ନ ଦଳର ନେତା,ଗ୍ରାମବାସୀ, ସମ୍ପର୍କୀୟ ଓ ଶୁଭେଚ୍ଛୁମାନେ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରି ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି।(ଫଟୋ)

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ