ବିଜେପି ପକ୍ଷରୁ ମହା ମିଶ୍ରଣ ପର୍ବ ଅନୁଷ୍ଠିତ

ବାଲେଶ୍ବର(ସରୋଜ ପଣ୍ଡା): ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ଚାଲିଥିବା ଲୋକଙ୍କ ସରକାରଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଓଲନ୍ଦାସାରଗାଁ ପଂଚାୟତର ସଂଖ୍ୟାଧିକ ବିଜେଡ଼ି ନେତା ଓ କର୍ମୀ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ସଦର ବିଜେପି କାର୍ଯ୍ୟାଳୟ ଠାରେ ଆୟୋଜିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗଦେଇ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ନବାଗତ ସଦସ୍ୟଙ୍କୁ ସ୍ୱାଗତ କରିଥିଲେ । ବିଗତ ୧୨ବର୍ଷ ଧରି ଦେଶର ବିକାଶଧାରାକୁ ଶୀର୍ଷରେ ପହଂଚାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତ୍ୟେକ ଲୋକକଲ୍ୟାଣ ଯୋଜନା ଆଜି ଗ୍ରାମାଂଚଳର ଘରେ ଘରେ ପହଂଚିପାରିଛି । ସେହିପରି ୨୪ବର୍ଷର କୁଶାସନକୁ ହଟାଇ ରାଜ୍ୟରେ ଜନସେବାର ପ୍ରତୀକ ସାଜିଥିବା ଲୋକଙ୍କ ସରକାର ୨ବର୍ଷ ମଧ୍ୟରେ ଗ୍ରାମାଂଚଳରେ ବିକାଶର ନୂଆ ଦିଗ ଦେଖାଇଛି । ଏହି ବିକାଶ ଧାରାରେ ନିଜକୁ ସାମିଲ କରିବା ପାଇଁ ଗ୍ରାମ୍ୟ ରାଜନୀତିର ଧୂରୀଣ ନେତା ଓ ତାଙ୍କ ସମର୍ଥକମାନେ ବିଜୁ ଜନତା ଦଳ ଓ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ବିଧାୟକ ଶ୍ରୀ ଦତ୍ତ ଏହି ଅବସରରେ ସୂଚନା ଦେଇଥିଲେ । ଆସନ୍ତା ପଂଚାୟତ ନିର୍ବାଚନରେ ଏହାର ପ୍ରତିଫଳନ ସ୍ୱରୂପ ବିଜେପି ସମସ୍ତ ପଂଚାୟତରେ ଶାସନ ବ୍ୟବସ୍ଥାକୁ ଦଖଲ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ । ନିକଟ ଭବିଷ୍ୟତରେ ବ୍ୟାପକ ଭାବେ ଏହିଭଳି ମିଶ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ ଅନ୍ୟ ଦଳର ହଜାର ହଜାର କର୍ମୀ ଓ ସମର୍ଥକ ବଜେପିରେ ଯୋଗଦେବେ ବୋଲି ଶ୍ରୀ ଦତ୍ତ ଦୃଢୋକ୍ତି ପ୍ରକାଶ କରିଥିଲେ । ଏହି ମିଶ୍ରଣ ପର୍ବରେ ଦୋଳଗୋବିନ୍ଦ ସେଠି, ମଧୁସୂଦନ ସେଠି, ଅଭିରାମ ସେଠି, ବାବୁରାମ ସେଠି, ରାଜେନ୍ଦ୍ର ସେଠି, ବିଜୟ ସେଠି, ଯଶୋଦା ସେଠି, ଜେମା ମଣି ସେଠି, କଟିବୁଢ଼ୀ ସେଠି, ଚାନ୍ଦିନୀ ସେଠି, କଳ୍ପନା ସେଠି, ଚେନାମାଣି ସେଠି, ଅସଲତା ସେଠି ଓ ପାର୍ବତୀ ସେଠି ପ୍ରମୁଖ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗୌରାଙ୍ଗ ଦାସ, କାହ୍ନୁ ମହାଳିକ, ଅଶୋକ ଦାସ, ରବି ରାଉତ, ମନୋରଞ୍ଜନ ରାଉତ ପ୍ରମୁଖଙ୍କ ସମେତ ଓଲନ୍ଦାସାରଗାଁ ପଂଚାୟତର ବିଜେପି କାର୍ଯ୍ୟକର୍ତ୍ତା ଏହି ମହା ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ