ସ୍ବାମୀଙ୍କୁ ହତ୍ୟାଉଦ୍ୟମ ଘଟଣା:ଫେରାର ଥିବା ସ୍ତ୍ରୀଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗାଁ ଛକରେ ରହୁଥିବା ଏସ.ଶଙ୍କର ରେଡ୍ଡୀ ଙ୍କ  ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀ ଏସ.ରଶ୍ମିତା ରେଡ୍ଡୀ ଲକ୍ଷ୍ମୀନାରାୟଣପୁର ଗ୍ରାମର  ଦିବାକର ଦୋରା ସହ ନିୟମିତ ବ୍ୟବଧାନରେ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ଗତ ୨୨ ତାରିଖ ରାତିରେ ଜଣେ ପରପୁରୁଷ ଦିବାକର ଙ୍କ  ସହ ତାଙ୍କ ସ୍ତ୍ରୀ ଘରର ଶୟନ କକ୍ଷରେ ଅସଞ୍ଜତ ଅବସ୍ଥାରେ ଥିବା ବେଳେ ସ୍ବାମୀ ଦେଖି ଦେବାରୁ ସ୍ତ୍ରୀ ପ୍ରେମିକ ଙ୍କ ସହାୟତା ରେ ସ୍ବାମୀ ଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଗତ ୨୪ ତାରିଖରେ ସ୍ବାମୀ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଆଇଆଇସି କିଶୋର କୁମାର ସାମଲ ମାମଲା ନଂ.୨୨୪/୨୬ ଭାରତୀୟ ନ୍ୟାୟ ସଂହିତା ର ଦଫା-୩୩୩/୧୧୫(୨)/୧୧୭(୨)/୧୦୯/୩୫୧(୨)/୩(୫)ଅନୁଯାୟୀ ଅଭିଯୁକ୍ତା ରଶ୍ମିତା ଏବଂ ତାଙ୍କ ପ୍ରେମିକ ଦିବାକର ଙ୍କ ନାଁ ରେ ମକଦ୍ଦମା ରୁଜୁ କରି ଏଏସଆଇ ଦିଲ୍ଲୀପ ଗୋରଡ଼ା ଙ୍କୁ ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।ଗିରଫ ଭୟରେ ସ୍ତ୍ରୀ ଏବଂ ତାଙ୍କ ପ୍ରେମିକ ଭୁବନେଶ୍ୱର ଫେରାର ହୋଇଯାଇଥିଲେ। ରବିବାର ରଶ୍ମିତା ଗାଁ କୁ ଫେରିଥିବା ଖବରପାଇ ତଦନ୍ତକାରୀ ଅଧିକାରୀ ଥାନାର ମହିଳା ପୋଲିସ ଅଧିକାରୀ ଙ୍କ ସହାୟତାରେ ରଶ୍ମିତା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ଉପ କାରାଗାର କୁ ପଠାଇ ଦିଆଯାଇଛି।ଘଟଣା ଦିନ ରାତି ପ୍ରାୟ ୧୦ ଟାରେ ଶଙ୍କର କାମ ସାରି ଘରକୁ ଫେରିବା ପରେ ସ୍ତ୍ରୀ ରଶ୍ମିତା ଦିବାକର ଙ୍କ ସହ ଘରେ ଅସଞ୍ଜତ ଅବସ୍ଥାରେ ଥିବା ଦେଖିଦେଇଥିଲେ।ପ୍ରତିବାଦ କରିବାରୁ ସ୍ତ୍ରୀ ଓ ପ୍ରେମିକ ତାଙ୍କୁ ଘର କବାଟ ପକାଇ ମରଣାନ୍ତକ ଆକ୍ରମଣ କରିଥିଲେ।ପୁଅ ,ଝିଅ ତାଙ୍କ ବାପା ଙ୍କୁ ମାଡ଼ ନ ମାରିବାକୁ କାନ୍ଦି କାନ୍ଦି ଅନୁରୋଧ କରିଥିଲେ ମଧ୍ୟ ରଶ୍ମିତା ତାଙ୍କ ସ୍ଵାମୀଙ୍କ ଅଣ୍ଡକୋଷ କୁ ଟାଣି ଧରି ମାଡ଼ ମାରିଥିବା ବେଳେ ତାଙ୍କୁ ଜୀବନରେ ମାରିଦେବାକୁ  ପ୍ରେମିକ ଙ୍କୁ କହିଥିଲେ। ରଶ୍ମିତା ଙ୍କ ପ୍ରେମିକ ଦିବାକର ଘରେ ଥିବା ଏକ ଠେଙ୍ଗା ରେ ତାଙ୍କୁ ବାରମ୍ବାର ମାଡ଼ ମାରିବାରୁ ତାଙ୍କ ବାମ ହାତ ଓ ବାମ ଗୋଡ ଭାଙ୍ଗିଯାଇଥିଲା। ଶଙ୍କର କୌଶଳ କ୍ରମେ ଘର ଭିତରୁ ବାରିପଟ କୁ ଦୌଡ଼ି ପଳାଇଥିଲେ।ସ୍ତ୍ରୀ ଓ ପ୍ରେମିକ ତାଙ୍କୁ  ଗୋଡ଼ାଇ ଗୋଡ଼ାଇ ମାରିଥିଲେ। ସେ ତଳେ ପଡିଯିବାରୁ ମୃତ୍ୟୁବରଣ କରିଥିବା ଭାବନା କରି ଉଭୟେ ପଳାଇଥିଲେ।  ପ୍ରାଣ ଭୟରେ ଶଙ୍କର ଘର ନିକଟ ଏକ ବୁଦା ମୂଳରେ ରେ ରାତି ସାରା ଲୁଚି ରହିଥିଲେ। ସକାଳେ ଖବର ପାଇ  ତାଙ୍କ ଶାଳକ ଦଣ୍ଡ ରେଡ୍ଡୀ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା ବୋଲି  ତଦନ୍ତରୁ ଜଣାପଡ଼ିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।ଅଭିଯୁକ୍ତ ପ୍ରେମିକ ଦିବାକର ଫେରାର ଥିବା ଜଣାପଡିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ