ହତ୍ୟା ଅଭିଯୁକ୍ତ ଗିରଫ
ଦିଗପହଣ୍ଡି(ଅଳକ ନାଥ ମିଶ୍ର) ଦିଗପହଣ୍ଡି ଥାନା ଅନ୍ତର୍ଗତ ଭିଷ୍ମଗିରି ଗ୍ରାମର ଗୋଲାସାହିରେ ଗତ ରବିବାର ରାତିରେ ସଂଘଟିତ ହତ୍ଯା ମାମଲାରେ ତଦନ୍ତକାରୀ ପୋଲିସ ଅଧିକାରୀ ଜ୍ୟୋତି ରଞ୍ଜନ ବେହେରା ଥାନା ରେ ଅଟକ ଥିବା ଅଭିଯୁକ୍ତ ଯୁବକ କେ. ସନ୍ତୋଷ ପାତ୍ରଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛନ୍ତି।ସେଠାରେ ତାଙ୍କର ଜାମିନ ଆବେଦନ ନାମଞ୍ଜୁର ହୋଇ ଯିବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ମୃତକ ବି. ରାମଚନ୍ଦ୍ର ପାତ୍ରଙ୍କ ପରିବାର ପକ୍ଷରୁ ଆୟୋଜିତ ନୃସିଂହ ମହାପ୍ରଭୁଙ୍କ ପୂଜା କାର୍ଯ୍ୟକ୍ରମକୁ ସନ୍ତୋଷଙ୍କୁ ଆମନ୍ତ୍ରଣ ନହେବା ନେଇ ରବିବାର ରାତିରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।ପରେ ରାମଚନ୍ଦ୍ର ଖାଇ ସାରି ନିଜ ବାରଣ୍ଡାରେ ଶୋଇଥିବା ବେଳେ ଅଭିଯୁକ୍ତ ସନ୍ତୋଷ ଭୋରରୁ ଉଠି ଏକ କାଠ ଫାଳିଆରେ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରିଥିଲେ।ସକାଳୁ ହତ୍ୟା ଘଟଣା ପ୍ରଚାରିତ ହେବା ପରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ପଠାଇଥିଲେ।ରାମଚନ୍ଦ୍ରଙ୍କ ଭଉଣୀ ସୁନିତା ପାତ୍ରଙ୍କ ଏତଲା ଭିତ୍ତିରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ।