ପୁରୀ ବଡଦାଣ୍ଡରେ ପ୍ରସାଦ ବଣ୍ଟନ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ) :ବୈକୁଣ୍ଠ ବାର୍ତାବହ ସମିତି ଓ ମହାବୀର ହନୁମାନ ମନ୍ଦିର ଗରାପୁରର ଯୁବସେବକ ମାନଙ୍କ ଦ୍ୱାରା ଶ୍ରୀଗୁଣ୍ଡିଚା ଅବସରରେ ପୁରୀ ବଡଦାଣ୍ଡରେ ପ୍ରସାଦ ବଣ୍ଟନ କରିଥିଲେ। ଏହି ଅବସରରେ ଶତାଧିକ ସେବକ ଶ୍ରୀଗୁଣ୍ଡିଚା ସକାଳୁ ୧୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ପ୍ରଥମେ ଚା ବିସ୍କୁଟ ବାଣ୍ଟିବା ପରେ ପ୍ରସାଦ ଡାଲମା ବଣ୍ଟନ କରିଥିଲେ। ମଧ୍ୟାହ୍ନରେ ଲୋକମାନଙ୍କୁ ଦହି ସର୍ବତ ବଣ୍ଟନ କରିଥିଲେ। ଏହି ସମସ୍ତ କାର୍ଯ୍ୟ ସେବକମାନଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ଦାନରେ କରାଯାଇଥିଲା। ବାବାଜୀ ଚେତନାନନ୍ଦ ଦାସ, ସତ୍ୟାନନ୍ଦ ଦାସ, ଶ୍ରଦ୍ଧାନନ୍ଦ ଦାସ, ଅମୃତାନନ୍ଦ ଦାସ, ବାଳକାନନ୍ଦ ଦାସ ଓ ନିର୍ଭୟାନନ୍ଦ ଦାସଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିବା ବେଳେ ସେବକ ସରୋଜକାନ୍ତ ସାହୁ, ପ୍ରଶାନ୍ତ ଆଚାର୍ଯ୍ୟ, ବିଶ୍ୱକାନ୍ତ ବିଶ୍ୱାଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।