ବନ ମହୋତ୍ସବ ସପ୍ତାହ ପାଳିତ
ହାଟଡିହି (ପାର୍ଥ ସୌରଭ ସା) କେନ୍ଦୁଝର ଜିଲ୍ଲା ହଦଗଡ଼ ବନ୍ୟପ୍ରାଣୀ ବନାଞ୍ଚଳ ପକ୍ଷରୁ ଧନୁର୍ଜୟପୁର ହାଇସ୍କୁଲ ପରିସରରେ ବନ ମହୋସଚ ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ହଦଗଡ଼ ରେଞ୍ଜର ମାର୍ଶାଲ କିମ୍ମୁ, ଫରେଷ୍ଟର ମଳୟ କୁମାର ସାହୁ, ଫରେଷ୍ଟ ଗାର୍ଡ ଜ୍ୟୋତି ରଞ୍ଜନ ମାଝୀ, ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ଦାସ, ସ୍କୁଲ ଶିକ୍ଷା କମିଟି ଚେୟାର ମ୍ୟାନ ଅନିରୁଦ୍ଧ ନାୟକ, ଶିକ୍ଷକ ସତ୍ୟନାରାୟଣ ଜେନା, ରୋଜାଲିଶା ବାରିକ, ଗୌରାଙ୍ଗ ଚରଣ ପଣ୍ଡିତ, ଅଚ୍ୟୁତାନନ୍ଦ ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ଜାମୁ, ଓଉ, ଆମ୍ବ, ମିରିକାଣ୍ଡି, ଆକାସିଆ ଆଦି ବୃକ୍ଷ ରୋପଣ କରଯାଇଥିଲା।