ଗୋଷ୍ଠି ସହାୟିକା ସଂଘ ଜିଲ୍ଲା କମିଟି ବୈଠକ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଓଡିଶା ଗୋଷ୍ଠି ସହାୟିକା ସଂଘ କେନ୍ଦୁଝର ଜିଲ୍ଲା କମିଟି ବୈଠକ ରବିବାର ଦିନ କେନ୍ଦୁଝର ଏଆଇଟିୟୁସି ଜିଲ୍ଲା କାର୍ଯ୍ୟାଳୟ ଶ୍ରମିକ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ୫୦୦ରୁ ଉଦ୍ଧ୍ୱର୍ ଗୋଷ୍ଠି ସହାୟିକା ଯୋଗ ଦେଇ ୭ଦଫା ଦାବୀ ଉପରେ ଆଲୋଚନା ହୋଇଥିଲା । ଦାବୀଗୁଡିକ ମଧ୍ୟରେ ସମସ୍ତ ଗୋଷ୍ଠି ସହାୟିକାମାନଙ୍କୁ ମାସିକ ପାରିଶ୍ରମିକ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯାଉ ଓ ଇନସେଣ୍ଟିଭ ପ୍ରଦାନ କରାଯାଉ,ସମସ୍ତ ଗୋଷ୍ଠି ସହାୟିକାମାନଙ୍କୁ ଉଚ୍ଚ କୁଶଳି ଶ୍ରମିକର ସର୍ବନିମ୍ନ ମଜୁରୀ ପ୍ରଦାନ କରାଯାଉ,ସମସ୍ତ ସିଆରପି-ସିଏମ୍ ମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ ଓ ପରିଚୟ ପତ୍ର ପ୍ରଦାନ କରାଯାଉ,ପ୍ରତି ଆଂଚଳିକ ମଂଚରେ ସଭାଗୃହ ନିର୍ମାଣ କରାଯାଉ,ପ୍ରତି ଆଂଚଳକି ମଂଚରେ ଥିବା ଭିଆର୍ଏଫ୍ ଫଣ୍ଡକୁ ବାର୍ଷିକ ୧୦ଲକ୍ଷ ଟଙ୍କା ପ୍ରଦାନ କରାଯାଉ ଏବଂ ସେମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯିବା ସହ ଅତିରିକ୍ତ କାର୍ଯ୍ୟ ଓ ଅନଲାଇନ କାର୍ଯ୍ୟ ପାଇଁ ଅତିରିକ୍ତ ପାରିଶ୍ରମିକ ପ୍ରଦାନ କରିବା ପାଇଁ ସରକାରଙ୍କ ନିକଟରେ ଦାବୀ ହୋଇଥିଲା । ଓଡିଶା ଗୋଷ୍ଠି ସହାୟିକା ସଂଘ ରାଜ୍ୟ ସଭାପତି ସୁବାସ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାର ଗୋଷ୍ଠି ସହାୟିକାମାନଙ୍କ ପାଇଁ ଆସୁଥିବା ଭତ୍ତା ବଦଳରେ କାର୍ଯ୍ୟ ଅନୁସାରେ ପ୍ରୋସôାହନ ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି କୁ ବିରୋଧ କରିବା ସହ ସରକାର ଏଭଳି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବୀ କରିଥିଲେ । ସମ୍ମାନୀତ ଅତିଥି ଭାବେ ଏଆଇଟିୟୁସି ରାଜ୍ୟ କାର୍ଯ୍ୟକାରୀ ସଭାପତି ମହେଶ୍ୱର ରାଉତ ସମାଜର ତଳସ୍ତରରେ ନିଷ୍ପେସିତ,ନିର୍ଯ୍ୟାତିତ ମହିଳାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆହ୍ୱାନ ଦେଇଥିଲେ । ଉଚ୍ଚ କୁଶଳି ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ଦିଆଯାଉନଥିବାରୁ ସେ ଉଦ୍ବେଗ ପ୍ରକାଶ କରିଥିଲେ । ରାଜ୍ୟ ସରକାର ଏବେ ପୁଣି ସେହି ଭତ୍ତା ବଦଳରେ ଠିକା ଶ୍ରମିକ ଭଳି କାମ ଅନୁସାରେ ପ୍ରୋସôାହନ ରାଶି ଦେବା ନିଷ୍ପତ୍ତି ଗ୍ରହଣ କରିଥିବାରୁ ସେ ଏହାକୁ ଘୋର ବିରୋଧ କରିଥିଲେ । ରାଜ୍ୟ ଉପସଭାପତି ବ୍ରଜବନ୍ଧୁ ପ୍ରଧାନ,ରାଜ୍ୟ ସାଧାରଣ ସମ୍ପାଦିକା ସରସ୍ୱତୀ ବେହେରା,ଉପ ସାଧାରଣ ସମ୍ପାଦିକା ଅନୁସ୍ୱୟା ପ୍ରଧାନ,ସମ୍ପାଦିକା ସରସ୍ୱତୀ ପ୍ରଧାନ,ବାସନ୍ତି ବାରିକ,ସୁନ୍ଦରଗଡ ଜିଲ୍ଲା ସମ୍ପାଦିକା ବାସନ୍ତୀ ବାରିକ,ଯାଜପୁର ଜିଲ୍ଲା ସମ୍ପାଦିକା ରୁନୁ ମହାନ୍ତ,ହରିଚନ୍ଦନପୁର ବ୍ଲକର ମମତାରାଣୀ ସାହୁ,ଇନ୍ଦୁମତୀ ବେହେରା,ଚମ୍ପୁଆ ବ୍ଲକର ଳକ୍ଷ୍ମୀପ୍ରିୟା ମହାନ୍ତ,ନନ୍ଦିନୀ ମହାକୁଡ,ଯୋଡା ବ୍ଲକର ପ୍ରିୟଙ୍କା ନାୟକ,ସବିତାରାଣୀ ଗୋପ,ବାଂଶପାଳ ବ୍ଲକର କଳ୍ପନା ପାତ୍ର,ସାନପ୍ରଭା ସେଠୀ,ଆନନ୍ଦପୁର ବ୍ଲକର ନିବେଦିତା ନାୟକ,ଶୁଭଶ୍ମିତା ନାୟକ,ମୀନା କୁମାରୀ ମହାନ୍ତ,ମାଳତୀ ରାମ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖି ରାଜ୍ୟ ସରକାର ତୁରନ୍ତ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବୀ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଏଆଇଟିୟୁସିର ଶ୍ରୀହରି ଘଣା,ବଦ୍ରୁ ଜାମା,ଦିଲ୍ଲିପ କୁମାର ସ୍ୱାଇଁ,ବିରଞ୍ଚି ଦେହୁରୀ ଏବଂ ସଂଘର ଅନ୍ୟ କର୍ମକର୍ତ୍ତମାନେ ସହଯୋଗ କରିଥିଲେ


