ବନ ମହୋତ୍ସବ ଏବଂ ଆଇନ ସଚେତନତା କାର୍ଯ୍ୟକ୍ରମ

 ଛତ୍ରପୁର, (ଓ୍ବାଇଏନଏସ):  ବନ ମହୋତ୍ସବ ସପ୍ତାହ ପାଳନ ଅବସର ରେ    ଛତ୍ରପୁର ତାଲୁକ ଆଇନ୍ ସେବା କମିଟି ପକ୍ଷରୁ   ଚମାଖଣ୍ଡି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସର ରେ   ଛତ୍ରପୁର ଅତିରିକ୍ତ ଜିଲ୍ଲା ଜଜ୍ ତଥା ତାଲୁକ୍ ଆଇନ ସେବା କମିଟି ର ଅଧ୍ୟକ୍ଷ ପ୍ରଦୀପ କୁମାର ସାମଲଙ୍କ ଅଧ୍ୟକ୍ଷତା ରେ    ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଶିକ୍ଷକ/ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ଆଇନ ସେବା କମିଟି ର ସଦସ୍ୟମାନେ ବୃକ୍ଷରୋପଣ  ରୋପଣ କରିବା ସହ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଏହା ସହ ଏକ ଆଇନ୍ ସଚେତନତା ଶିବିର “ଜୁଭେନାଇଲ୍ ଜସ୍ଟିସ୍ ଆଇନ ଓ ଅନିବାର୍ୟ ଶିକ୍ଷା ଅଧିକାର ଆଇନ” ମଧ୍ୟ ଆୟୋଜନ କରାଯାଇଥିଲା। ଅନ୍ୟତମ  ଅତିଥି ଭାବେ ସିନିୟର୍ ସିଭିଲ ଜଜ୍ ପୂଜା ଦେ, ଏସଡିଜେଏମ ପ୍ରିତିସ୍ କୁମାର୍ ରଥ, ଜେ ଏମଏଫ୍ ସି ସ୍ୱାଗତିକା ସ୍ୱାଇଁ, ଆଇନ୍ ସେବା କମିଟି ମେମ୍ୱର ସୁରଜିତ ସାମନ୍ତରାୟ ଓ ମନୋଜ କୁମାର ପାଢ଼ୀ ଯୋଗ ଦେଇଥିଲେ। ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ ପ୍ରମୋଦ କୁମାର୍ ବେହେରା ସ୍ୱାଗତ ଭାଷଣ ଦେଇଥିଲେ। ସିନିୟର ଭାଇସପ୍ରିନ୍ସପାଲ ସ୍ମିତାବାଳା ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ