ବୁଥ ସଭାପତିଙ୍କ ମାତୃ ବିୟୋଗ
ବେତନଟୀ ( ଉଦିତ କୁମାର ପରିଡା ) : ମୟୂରଭଞ୍ଜ ଜିଲ୍ଲା ବେତନଟୀ ପଞ୍ଚାୟତ ୫୫ନମ୍ବର ବୁଥର ଭାଜପା ସଭାପତିଙ୍କ ମାତୃ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣା ଅନୁସାରେ ବେତନଟୀ ଇନ୍ଦିରାନଗର ସାହିର ଭାଜପା ବୁଥ ସଭାପତି ତଥା ଭାରତୀୟ ଜନତା ପାର୍ଟି ଜଣେ ସକ୍ରିୟ କର୍ମୀ ଭାଗିରଥି ମିସ୍ତ୍ରୀଙ୍କ ମାତା ଶ୍ରୀମତୀ କସ୍ତୁରୀ ମିସ୍ତ୍ରୀଙ୍କ ମଙ୍ଗଳବାର ସକାଳେ ହଠାତ ଦେହ ଖରାପ ହୋଇଥିଲା। ତାଙ୍କୁ ବେତନଟୀ ମେଡିକାଲକୁ ନିଆ ଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେଠାରୁ ତାଙ୍କ ପୁତ୍ର ତାଙ୍କୁ ଘରକୁ ଫେରାଇ ଆଣିଥିଲେ। ତାଙ୍କୁ ଶେଷ ଦର୍ଶନ ପାଇଁ ଶହ ଶହ ଲୋକଙ୍କ ସୁଅ ଛୁଟିଥିଲା। ମୃତ ବେଳକୁ ତାଙ୍କର ୭୫ ବର୍ଷ ହୋଇଯାଇଥିଲା। ଏତେ ବୟସ ହୋଇଥିବା ସତ୍ୱେ ମଧ୍ୟ ଶ୍ରୀମତୀ କସ୍ତୁରୀ ଜଣେ ଅତି ମେଳାପୀ ଓ ମିଷ୍ଠଭାଷୀ ମଣିଷ ଥିଲେ। ହଠାତ ତାଙ୍କର ଏପରି ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଶେଷକୃତ୍ୟ ସମ୍ପର୍ଣ୍ଣ ପାଇଁ ବେତନଟୀ ବଜାର ପରିକ୍ରମା ସହିତ ତାଙ୍କୁ ଶୁଖିଲାହାର ସ୍ମଶାନକୁ ନିଆ ଯାଇଥିଲା। ପୁତ୍ର ଭାଗିରଥି ମୁଖାଗ୍ନୀ ଦେଇଥିବା ବେଳେ ତାଙ୍କ ପୁତ୍ର ବଧୂ, ନାତି, ନାତୁଣୀଙ୍କ ସମେତ ସମସ୍ତ ପରିବାରବର୍ଗ ଉପସ୍ଥିତ ରହିଥିଲେ। ବେତନଟୀ ଅଞ୍ଚଳର ଭାଜପା କର୍ମକର୍ତ୍ତା, ଆନନ୍ଦ ବଜାର ଦୁର୍ଗାପୂଜା କମିଟି, ମା ଶୀତଳା ପୂଜା କମିଟି ଇନ୍ଦିରାନଗର, ଆମ ଗାଁ ଖଟି ସଂଗଠନ ଏପରି ଅନେକ ସାମାଜିକ ସଂଗଠନର ସଦସ୍ୟମାନେ ପୁତ୍ର ଭାଗିରଥିଙ୍କୁ ଶୋକ ବାର୍ତ୍ତା ଜଣାଇଛନ୍ତି।