ନୋଡାଲ ଉପ୍ରା ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ
ବନ୍ତ,(ଚାନ୍ଦିନୀ ମହାନ୍ତି ): ବନ୍ତ ବ୍ଲକ ଓଳମ ନୋଡାଲ ଉପ୍ରା ବିଦ୍ୟାଳୟରେ ଲେବୁଲ-୩ ପ୍ରଧାନ ଶିକ୍ଷକ ଭାବେ ବ୍ରହ୍ମାନନ୍ଦ ଜେନା କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏଥିପୂର୍ବରୁ ସେ ଆପଣ୍ଡା ନୋଡାଲ ଉପ୍ରା ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଥିଲେ। ନୂତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ ବେଳେ ନିଳୋକ ସରପଞ୍ଚ ପ୍ରତିନିଧି ରବିନ୍ଦ୍ର କୁମାର ସେଠୀ, ସମିତି ସଭ୍ୟ ଉଦ୍ଧବ ଚରଣ ସେଠୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସ୍ୱର୍ଣ୍ଣଲତା ଖିଲାର, ପୂର୍ବତନ ଶିକ୍ଷକ ନିରାକର ଜେନାଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ନୂତନ ପ୍ରଧାନ ଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା। ଶ୍ରୀ ଜେନା ଦାୟିତ୍ୱ ଗ୍ରହଣ ପରେ ବିଦ୍ୟାଳୟକୁ ସୁଚାରୁରୂପେ ପରିଚାଳନା କରିବେ ବୋଲି କହିଥିଲେ।


