ଗୁଣି ସନ୍ଦେହରେ ଜଣଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସି

ପାତ୍ରପୁର,(ୱାଇଏନଏସ): ଗୁଣିଗାରେଡ଼ି ସନ୍ଦେହରେ ଜଣେ ୫୫ ବର୍ଷୀୟଙ୍କୁ ଖୁଣ୍ଟରେ ବାନ୍ଧି ରଖିବା ଘଟଣା ଜରଡ଼ା ଥାନା ଅନ୍ତର୍ଗତ ବି.ନୂଆଗାଁ ସାନ କେଉଟ ସାହିରେ ଚର୍ଚ୍ଚାର ବିଷୟ ହୋଇଛି। ବନ୍ଧା ଯାଇଥିବା ବ୍ୟକ୍ତି ଏସ୍‌. ବେହେରା ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ସାହିର ଜଣେ ବ୍ୟକ୍ତିଙ୍କ ଝିଅ ବାରମ୍ବାର ଅସୁସ୍ଥ ହେବାରୁ ତାଙ୍କୁ ଜଣେ ଗୁଣିଆଙ୍କ ନିକଟକୁ ନିଆଯାଇଥିଲା। ସେଠାରେ ଏସ୍‌. ବେହେରା ଗୁଣି କରୁଥିବା ନେଇ ଗୁଣିଆ କୁଆଡ଼େ କହିଥିବା ପରେ ସାହିରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ତାଙ୍କୁ ବଜାର ମଣ୍ଡପରେ ଏକ ଖୁଣ୍ଟରେ ବାନ୍ଧି ରଖାଯାଇଥିଲା। ଖବର ପାଇ ଜରଡ଼ା ପୁଲିସ ଗାଁକୁ ଯାଇଥିଲେ ମଧ୍ୟ ପୁଲିସ ପହଞ୍ଚିବା ପୂର୍ବରୁ ତାଙ୍କୁ ମୁକ୍ତ କରାଯାଇଥିବା ଜଣାପଡ଼ିଛି। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ କରି ଫେରିଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ