ବର୍ଷା ହେଲେ ରାସ୍ତା ଉପରେ ଆଣ୍ଠୁଏ ପାଣି, ସାଧାରଣରେ ଯାତାୟାତରେ ଅସୁବିଧା

କୋଦଳା,(ବାପୁନି କୁମାର ମାଲୁ) : ବର୍ଷା ହେଲେ ରାସ୍ତା ନୁହେଁ, କୃତ୍ରିମ ପୋଖରୀରେ ପରିଣତ ହେଉଛି ମୁଣ୍ଡୁଳା ଗାଁର ସଙ୍କଳେଶ୍ୱର ସାହି ରାସ୍ତା। ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହୁଥିବାରୁ ଯାତାୟାତ ଏକପ୍ରକାର ଦୁର୍ବିଷହ ହୋଇପଡ଼ିଛି। ଏହି ରାସ୍ତା ଦେଇ ବିଦ୍ୟାଳୟ , ପୋଖରୀ ଓ ମନ୍ଦିରକୁ ଯାତାୟାତ କରୁଥିବା ଲୋକେ ଏବଂ ଛାତ୍ର ଛାତ୍ରୀ ହେଉଛନ୍ତି ହନ୍ତସନ୍ତ। ଏପରିକି ଗାଁରୁ ବାହାରକୁ ଯିବା ପାଇଁ ମଧ୍ୟ ଏହି ରାସ୍ତା ହୋଇଥିବାରୁ ପାଣି ଜମିବା ଯୋଗୁଁ ଦୈନନ୍ଦିନ ଜୀବନ ଠପ୍ ହେବା ଭଳି ସ୍ଥିତି ସୃଷ୍ଟି ହୋଇଛି । ବର୍ଷା ଆସିଲେ ପ୍ରତିବର୍ଷ ସମାନ ସମସ୍ୟା ଦେଖାଦେଉଥିଲେ ମଧ୍ୟ ସ୍ଥାୟୀ ସମାଧାନ ହେଉନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ। ତୁରନ୍ତ ରାସ୍ତାରୁ ପାଣି ନିଷ୍କାସନ ସହ ସ୍ଥାୟୀ ଭାବେ ରାସ୍ତା ସମସ୍ୟାର ସମାଧାନ କରିବାକୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ