ନୂତନ ଗଞ୍ଜାମଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ
ଛତ୍ରପୁର,(ଓ୍ବାଇଏନଏସ) : ଗଞ୍ଜାମ ଜିଲ୍ଲା ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଭାବେ ପ୍ରଦ୍ୟୁମ୍ନ କୁମାର ରାଉତରାୟ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ନୂଆପଡା ଜିଲ୍ଲା ଯୋଗାଣ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ପଦୋନ୍ନତି ପରେ ଗଞ୍ଜାମ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି । ସେ ଆଜି ଦାୟିତ୍ୱ ନେବା ପରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ସେହିପରି ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ମଧ୍ୟରେ ଯୋଗାଣ ବିଭାଗର ସମସ୍ତ କାର୍ଯ୍ୟ ଗୁଡିକ ସଠିକ୍ ଭାବେ ପରିଚାଳନା କରିବା ସହିତ ଜନସାଧାରଣ ତଥା ଜିଲ୍ଲାର ଚାଷୀମାନେ ସମସ୍ତ ଯୋଜନା ଗୁଡିକ କିପରି ଉପକୃତ ହୋଇପାରିବେ ସେଥିପ୍ରତି ଚେଷ୍ଟା ଜାରି ରହିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।