ସ୍ୱାଭାବିକ ହେଲା ଆସିକାରେ ଯାତ୍ରୀବାହୀ ଘରୋଇ ବସ୍ ଚଳାଚଳ
ଆସିକା (ୱାଇଏନ୍ଏସ୍) ଦୀର୍ଘ ୪ ଦିନ ପରେ ଶନିବାର ଠାରୁ ଆସିକା ଅଞ୍ଚଳରେ ଘରୋଇ ବସ୍ ଚଳାଚଳ ସ୍ୱାଭାବିକ ଭାବେ ଆରମ୍ଭ ହୋଇଛି । ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ ଯୋଗୁଁ ଆସିକା ଘରୋଇ ବସଷ୍ଟାଣ୍ଡରୁ ଯାତ୍ରୀବାହୀ ଘରୋଇବସ୍ ଚଳାଚଳ ବନ୍ଦ ରହିଥିଲା । ଘରୋଇ ଯାତ୍ରୀବାହୀ ବସ୍ ଚଳାଚଳ କରିବା ପାଇଁ ବସ୍ ମାଲିକ ସଂଘ ପକ୍ଷରୁ ପୁରୀ ଠାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯିବା ପରେ ଗତକାଲି ଅର୍ଥାତ୍ ଶନିବାର ଠାରୁ ବସ୍ ଚଳାଚଳ ଆରମ୍ଭ ହୋଇଥିବା ବେଳେ ସ୍ୱଭାବିକ ଭାବେ ଯାତ୍ରୀସେବା ଜାରିରହିଛି । ଆସିକା ଘରୋଇ ବସଷ୍ଟାଣ୍ଡକୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାତ୍ରାବାହୀ ବସ ଚଳାଚଳ ଆରମ୍ଭ ହୋଇଥିବାରୁ ବସଷ୍ଟାଣ୍ଡ ପରିସର ଚଳଚଞ୍ଚଳ ହୋଇପଡିଥିବା ଦେଖିବାକୁ ମିଳିଛି ।


