କଂଜାମଯୋଡି ଗାଁ ରେ ବିଜୁଳି ସାତ ସପନ : ହନ୍ତସନ୍ତ ଗ୍ରାମବାସୀ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ): ସାତ ସପନ ଗ୍ରାମରେ ବିଜୁଳି, ଦିନରେ ରାତ୍ରଖାଦ୍ୟ ଖାଇବାକୁ ବାଧ୍ୟ ହେଉଛନ୍ତି ଚାଲସି ଘର ପରିବାର ଲୋକ। ଦେଶ ସ୍ୱାଧୀନତା ର ୭୮ବର୍ଷପରେ ମଧ୍ୟ ଆଜିଯାଏ ବିଜୁଳି ଲାଗିନଥିବା ଅନେକ ଗ୍ରାମ ମଧ୍ୟରୁ ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ଶିକରପାଇ ପଂଚାୟତ ଦୁର୍ଗମ ଗ୍ରାମ କଞ୍ଜାମଯୋଡି ଗ୍ରାମ। ଅଭିଶପ୍ତ ଗ୍ରାମରେ ଆଜିଯାଏ ମୌଳିକ ସମସ୍ୟାରେ ଛନ୍ଦି ଘାଣ୍ଟି ହୋଇ ରହିଥିଲେ ମଧ୍ୟ ଆଜିଯାଏ ସରକାର କର୍ଣ୍ଣ ପାତ କରୁନଥିନା ଦୁର୍ଭାଗ୍ୟ ଜନକ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଗ୍ରାମରେ ଚାଳିଶି ପରିବାର ଆଦିବାସୀ ସହ ସହ ବର୍ଷରୁ ଉର୍ଦ୍ଧ କାଳ ରହି ଆସୁଛନ୍ତି। କିନ୍ତୁ ଏଠି ପାଣି ସମସ୍ୟାର ସମାଧାନ ହୋଇଥିବା ବେଳେ ରାସ୍ତା ଓ ବିଜୁଳି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ। ରାସ୍ତା କଥା କହିଲେ ରେଳ ଲାଇନ  ବାଧକ ଥିବାରୁ ରାସ୍ତା ନିର୍ମାଣ ରେ ସମସ୍ୟା ଦେଖା ଦେଇ ଥିବାବେଳେ ପ୍ରଶାସନ ଓ ରାଜନେତା ଙ୍କ ଇଛା ଶକ୍ତି ନଥିବାରୁ ବର୍ଷ ବର୍ଷ ଧରି ବନ୍ଦି ଜୀବନ ବଞ୍ଚିବାକୁ ପଡୁଛି। କୌଣସି ରୋଗୀ ଗର୍ଭବତୀ ବୁଡ଼ା ବୁଢ଼ୀଙ୍କ ଭତା କିମ୍ବା ଡାକ୍ତରଖାନା ଯିବା ଓ ଆମ୍ବୁଲାନ୍ସ ଗ୍ରାମକୁ ଯାଇପାରିନଥିବାରୁ ମୁଖ୍ୟ ସମସ୍ୟା ସୃଷ୍ଟି ହୋଇଛି। ସେହିପରି ଗ୍ରାମକୁ ବିଜୁଳି ସଂଯୋଗ ହୋଇନଥିବାରୁ ସରପଞ୍ଚ ଓ ବିଧାନସଭା ନିର୍ବାଚନରେ ଆସିଲେ ଭୋଟ ହାତେଇବା ପାଇଁ ବିଭିନ୍ନ ପ୍ରତି ସୃତି ଦେଇ ଥାନ୍ତି। ଭୋଟ ସରିବା ପରେ କେହି ପଚାରନ୍ତି ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଗ୍ରାମକୁ ବିଜୁଳି ସଂଯୋଗ ନଥିବାରୁ ସରକାର ଏକ ସଂସ୍ଥା ଦ୍ୱାରା ସଲାର ଲାଇଟ ବେଟେରି ଘରଘରକୁ ପ୍ରଦାନ କରିଥିଲେ। ପରିତାପର ବିଷୟ ଗୋଟିଏ ବର୍ଷ ଜଳିବା ପରେ ବେଟେରକୁ ମରାମତି କରାଯିବ ବୋଲି କହି ଉକ୍ତ ସଂସ୍ତାର କର୍ମଚାରୀମାନେ ନରିଗଲେ। ସେହିଦିନଠାରୁ ଆଜିଯାଏ କିଏ ରାତିର ଖାଦ୍ୟ ସନ୍ଧ୍ୟା ରେ ଖାଇଚିତ କିଏ ମୋବାଇଲ ଆଲୁଅରେ ଖାଉଥିବାକଥା ପ୍ରକାଶ କରିଛନ୍ତି ବିଶ୍ଵନାଥ କୃଷିକା ସୁଭାଷିନୀ ରଣା। ଚାଳିଶି ଘର ମଧ୍ୟରୁ ପାଞ୍ଚ ଘର ସଲାର ଲାଇଟ କିଛି ସମୟ ଜଳି ଲିଭି ଯାଉଥିବା ପ୍ରକାଶ କରିଛନ୍ତି। କେଉଁ ସଂସ୍ଥା ଲଗାଇ ଥିଲା କିଏ ନେଲା ତାହା ଜିଲ୍ଲା ପରିଷଦ ତନିକଟରେ ତଥ୍ୟ ମିଳିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।କିନ୍ତୁ ପରିତାପର ବିଷୟଯେ ଚାରି ବର୍ଷରୁ ଅଧିକ ହେବବିତି ଯାଇଥିଲେ ମଧ୍ୟ ଆଜିଯାଏ ବିଦୂତ ବିଭାଗ ନା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇନଥିବା ଦୁର୍ଭାଗ୍ୟ ବିଷୟ ବୋଲି ପ୍ରକାଶ କରିଛନ୍ତି।ଦୀର୍ଘ ବର୍ଷ ଅନ୍ଧାରରେ ଜୀବନ ବିତାଉ ଥିବାବେଳେ କିଛି ବର୍ଷ ଆଲୁଅ ଦେଖିବା ପରେ ପୁଣି ଅନ୍ଧାରରେ ରହିବା ଯନ୍ତ୍ରଣା କଷ୍ଟ ସାଧ୍ୟ ବୋଲି ପ୍ରକାଶ କରିଛନ୍ତି।ଏମିତି ମବାଇଲ ଆଲୁଅ ଶେଷ ହେବାପରେ ରାତ୍ରିହେଲେ ଟୁଲୁ ତେଲ ଦୀପଜାଲି ଖାଦ୍ୟ ଖାଉଥିବା ବେଳେ କେହି କେହି ରାତ୍ରର ଖାଦ୍ୟ ସନ୍ଦ୍ୟାରେ ଖାଦ୍ୟ ଖାଇ ରହିବାକୁ ବାଧ୍ୟ ହେଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ। ଏଣୁ ଜିଲ୍ଲାପାଳ ଦୃଷ୍ଟି ଦେଇ ଗ୍ରାମରେ ବିଜୁଳି ଯୋଗାଇ ଦେବା ପାଇଁ ଦାବୀ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ