ବିପତ୍ତି ସମୟର ବନ୍ଧୁ: ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ
ପୋଲସରା (ଅନୀଲ କୁମାର ମହାରଣା) : ପୋଲସରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ବିପତ୍ତି ସମୟର ବନ୍ଧୁ ବୋଲି କହିବା ଆରମ୍ଭ କଲେଣି। ବଡ ପଙ୍କଳବାଡ଼ି ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ଦୀପକ ନାୟକ (୨୦) ଓ ଆରତ ନାୟକ(୨୦) ଦୁଇ ଯୁବକ ନିଜ ଗ୍ରାମକୁ ଫେରୁଥିବା ବେଳେ ଚିରିକିପଡା ଶାସନ ଗ୍ରାମରେ ଜୁଲାଇ ୧୩ ତାରିଖ ବିଳମ୍ବିତ ରାତ୍ରରେ ଦୁର୍ଘଟଣାର ଶିକାର ହୋଇ ଜୀବନ ହରାଇଥିଲେ। ଖବର ଜାଣିବା ପରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ପରିବାର ନିକଟରେ ଜୁଲାଇ ୧୫ ତାରିଖ ଦିନ ପହଞ୍ଚି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହାପରେ ପୂର୍ବତନ ମନ୍ତ୍ରୀ ଶ୍ରୀ ସାହୁ ଚିରିକିପଡା ଶାସନ ଗ୍ରାମର ଗୋପୀନାଥ ପ୍ରଧାନଙ୍କ ଆକସ୍ମିକ ମୃତ୍ୟୁ ଖବର ଶୁଣି ମୃତକଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇଥିଲେ। ସେହିପରି ପୋଲସରା ବ୍ଳକର ଗୋଠୋଳି ଗ୍ରାମର ବିଷ୍ଣୁ ସାହୁ ଜାମସେଦପୁରରେ ଶ୍ରମିକ ଭାବେ କାମ କରୁଥିବା ବେଳେ ଦୁର୍ଘଟଣାରେ ଡାହାଣ ହାତ କଟିଯାଇଥିବା ଖବର ପାଇ ଜୁଲାଇ ୮ ତାରିଖ ଦିନ ଆହତ ଶ୍ରମିକଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ଆସୁଆରୋଗ୍ୟ କାମନା କରିବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିଦିନ ପୋଲସରା ବ୍ଳକର ସାନ ବରଗାଁ ଗ୍ରାମର ଅଶ୍ଵିନ ସେଠୀ(୨୫)ଙ୍କ ଆକସ୍ମିକ ମୃତ୍ୟୁ ଖବର ଶୁଣିବା ପରେ ମୃତକଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇଥିଲେ।ପୋଲସରା ବ୍ଲକ ସରଧାପୁର ଗ୍ରାମର ହରିହର ପ୍ରଧାନଙ୍କ ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଜୁଲାଇ ୧୪ ତାରିଖ ଦିନ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ସେହିଦିନ ପୋଲସରା ବ୍ଲକ ମାଳତିବାଡି ଗ୍ରାମର ସୁଶୀଳା ବେହେରା (୫୦) ପୋଖରୀରେ ଗାଧୋଉଥିବା ସମୟରେ ପାଣୀରେ ବୁଡ଼ି ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହୟତା ପ୍ରଦାନ କରିଥିଲେ। ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ବିପତ୍ତି ସମୟରେ ଲୋକଙ୍କ ନିକଟରେ ପହଞ୍ଚି ସହଯୋଗ କରୁଥିବା ଯୋଗୁଁ ଜନସାଧାରଣ ଶ୍ରୀ ସାହୁଙ୍କୁ ବିପତ୍ତି ସମୟର ବନ୍ଧୁ ବୋଲି କହିବା ଆରମ୍ଭ କଲେଣି।