ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲାର ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କର ସମୀକ୍ଷା ବୈଠକ ଡି.ଏନ୍. ହାଇସ୍କୁଲ, କେନ୍ଦୁଝରରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ହୋଇଥିବା ଏହି ବୈଠକରେ ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର. ଆୟାର ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଶିକ୍ଷା ଓ ପ୍ରଶାସନ ସମ୍ପର୍କୀୟବିଭିନ୍ନପ୍ରସଙ୍ଗଉପରେଆଲୋଚନାହୋଇଥିଲା୨୦୨୪-୨୫ ଶିକ୍ଷାବର୍ଷର ନାମଲେଖାର ସ୍ଥିତି , ଫଳାଫଳ ବିଶ୍ଳେଷଣ, ଛାତ୍ର ଓ ଶିକ୍ଷକ ଉପସ୍ଥିତି, ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅଂଶଗ୍ରହଣ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। କ୍ୟାରିଅର୍ ଗାଇଡେନ୍ସ ଉପରେ ୱେବିନାର୍ ସମ୍ପର୍କରେ ରିପୋର୍ଟ ପ୍ରଦାନ କରାଯାଇଥିଲା। ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ମିଳିଥିବା ଅନୁଦାନର ଅବସ୍ଥା ଓ ବ୍ୟୟ ସମ୍ପର୍କରେ ବ୍ୟାପକ ଆଲୋଚନା ହୋଇଥିଲା। ଭିତ୍ତିଭୂମି ଅନୁଦାନ ଓ ଛାତ୍ରବୃତ୍ତି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା


