ସରକାରୀ କୃଷି ମହାବିଦ୍ୟାଳୟ ଓ ଗବେଷଣା କ୍ଷେତ୍ର ପ୍ରତିଷ୍ଠା

ବାଲେଶ୍ୱର (ସରୋଜ ପଣ୍ଡା): ସରକାରୀ ମେଡିକାଲ୍ କଲେଜ୍ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି କାର୍ଯ୍ୟାଳୟରେ ସରକାରୀ କୃଷି ମହାବିଦ୍ୟାଳୟ ଓ ଗବେଷଣା କ୍ଷେତ୍ର ପ୍ରତିଷ୍ଠା କ୍ରିୟାନୁଷ୍ଠାନ ସମିତି, ବାଲେଶ୍ୱରର ମାସିକ ବୈଠକ ସମିତିର ସଭାପତି ଡ. କେଶବ ଚରଣ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କ ଉପସ୍ଥିତିରେ ବଲାଙ୍ଗିରରେ ଏକ ଜନସଭାରେ ଓଡ଼ିଶା ସରକାରଙ୍କର ବଲାଙ୍ଗିରରେ ଏକ କୃଷି ମହାବିଦ୍ୟାଳୟ ଓ ସୋନପୁରରେ ଏକ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ଖୋଲିବାର ଯୋଜନା ଅଛି ବୋଲି ଘୋଷଣା କରିଥିଲେ। ଓଡ଼ିଶା ବିଧାନସଭାର ମାନ୍ୟବର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ନୀଳଗିରି ବିଧାୟକ ମାନ୍ୟବର ସନ୍ତୋଷ କୁମାର ଖଟୁଆ, ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତଙ୍କୁ ଏ ସଂପର୍କରେ ଦୃଷ୍ଟି ଆକର୍ଷଣ କରାଇବା ସହ ବାଲେଶ୍ୱରରେ ୨୦୨୨ ମସିହାରୁ ଗଢ଼ା ଯାଇଥିବା ସମିତିର ବାର୍ଷିକ ଅଧିବେଶନରେ ନିଆଯାଇଥିôବା ପ୍ରସ୍ତାବ କ୍ରମେ ଆଗାମୀ ମୌସୁମୀ ଅଧିବେଶନରେ ଓଡ଼ିଶା ସରକାରଙ୍କ ପାଖରେ ବାଲେଶ୍ୱରରେ ଏକ ସରକାରୀ କୃଷି ମହାବିଦ୍ୟାଳୟ ଓ ଗବେଷଣାକ୍ଷେତ୍ର ପ୍ରତିଷ୍ଠା ଦାବି ଉପସ୍ଥାପନା କରିବା ପାଇଁ ଅନୁରୋଧ କରାଗଲା। ଏହାସହିତ ବାଲେଶ୍ୱରର ସମସ୍ତ ବିଧାୟକ ମିଳିତ ଭାବେ ଏ ସମ୍ବନ୍ଧରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଅନୁରୋଧ କରାଗଲା। ଏହି ବୈଠକରେ ସାଧାରଣ ସମ୍ପାଦକ ଅଭୟ ଚରଣ ମିଶ୍ରଙ୍କ ସମେତ, ନିରଞ୍ଜନ ପରିଡ଼ା, ଡ. କ୍ଷିତୀଶ୍ୱର ଦାଶ, ହରନାରାୟଣ ମଢ଼ୁଆଳ, ଭାସ୍କର ଚନ୍ଦ୍ର ପାଢ଼ୀ, ପ୍ରଫୁଲ୍ଲ କୁମାର ଦାସ, ରବି ପାଣିଗ୍ରାହୀ, ସୁରେନ୍ଦ୍ର ପ୍ରସାଦ ଦିକ୍ଷିତ୍‌, ରବିନାରାୟଣ ଭୋଳ, ଶ୍ୟାମସୁନ୍ଦର ଜେନା, ଭୂପତି କୁମାର ପାତ୍ର, ସରସ୍ୱତୀ ପଣ୍ଡା, ସଂଯୁକ୍ତା ବେହେରା, ସରୋଜିନୀ ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ