ପାରିକର ଭବସିନ୍ଧୁ

ତୁମେ ଗତି ମୁକ୍ତି
ତୁମେ ସତ୍ଯ ଶାନ୍ତି
ଭାବନାର ମହାସିନ୍ଧୁ,
ବିନ୍ଦୁଏ କରୁଣା
ନ କରିବ ଉଣା
ଦୀନବନ୍ଧୁ କୃପାସିନ୍ଧୁ ।

ଭକତ ଭାବରେ
ଥାଅ ନିରନ୍ତରେ
କିଏ ଦେଖେ କାନ୍ଦୁ କାନ୍ଦୁ,
ଭାବକୁ ନିକଟ
ଅଭାବକୁ ଦୂର
ପାରିକର ଭବସିନ୍ଧୁ ।

ଭାବରେ ଭକ୍ତିରେ
ଭକ୍ତ ପାଶେ ବନ୍ଧା
ନୀଳମଣି ନେତ୍ରବିନ୍ଦୁ,
ତୋତେ ପାଇବାକୁ
ମନେ ଇଛା ହେଲେ
କଳ୍ପବଟେ ଗୋଡି ବାନ୍ଧୁ ।

ନୀଳକନ୍ଦରରେ
ହୁନ୍ଦର ଲଗାଉ
ଦୀନଜନ ଦୀନବନ୍ଧୁ,
ବାଟବଣା ତୋର
ଭକ୍ତ ନ ହୁଅନ୍ତୁ
ନୀଳଚକ୍ରେ ନେତ ବାନ୍ଧୁ ।

ନୀଳଚକ୍ର ଚାହିଁ
ତୋ ପାଶେ ଆସନ୍ତି
ଦୂର ଦୂରାନ୍ତର ବନ୍ଧୁ,
ଦର୍ଶନ ନ ପାଇ
ଭାଗ୍ଯେ ଦୋଷ ଦେଇ
ବନ୍ଧୁଙ୍କୁ ନିନ୍ଦନ୍ତି ବନ୍ଧୁ ।

ତାଲିକା ତାଙ୍କର
ତିଆରି ଏଥର
ଡାକି ସବୁ ଭକ୍ତ ବନ୍ଧୁ,
ତୋ ଦର୍ଶନ ଦେଇ
ବନ୍ଧନୁ ଫିଟାଇ
ପାରିକର ଭବସିନ୍ଧୁ ।

ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ