ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ୪୭ତମ ପ୍ରତିଷ୍ଠା ଦିବସ

ଆସିକା (ୱାଇଏନ୍‍ଏସ୍‍): ଉଚ୍ଚଶିକ୍ଷାର ବିକାଶ ଲାଗି ୧୯୭୮ ମସିହା ଜୁଲାଇ ମାସ ୨୪ତାରିଖରେ ସ୍ଥାପିତ ହୋଇଥିବା ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର କଲେଜର ୪୭ତମ ପ୍ରତିଷ୍ଠା ଦିବସ ଗୁରବାର ଏକ ମନୋଜ୍ଞ ପରିବେଶ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । କେନ୍ଦୁପଦର ତଥା ଏହାର ଆଖପାଖ ଅଞ୍ଚଳର ଯୁବକଯୁବତୀଙ୍କୁ ଉଚ୍ଚଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ କେନ୍ଦୁପଦର ଅଞ୍ଚଳର ପ୍ରତିଭାବାନ୍ ବ୍ୟକ୍ତି ତଥା ସମାଜସେବୀ ଅଭିମନ୍ୟୁ ବାଡତ୍ୟା, ସ୍ୱର୍ଗତ ଶରତ ଚନ୍ଦ୍ର ଆପଟ, ସ୍ୱର୍ଗତ ରଘୁନାଥ ଆପଟ, ସ୍ୱର୍ଗତ ଉଦୟନାଥ ସୁଆର, ଖୁକୁଣ୍ଡିଆ ଗ୍ରାମର ସ୍ୱର୍ଗତ ଭଗବାନ ବିଶ୍ୱାଳ, ନାହାଡା ଗ୍ରାମର ସ୍ୱର୍ଗତ ଚନ୍ଦ୍ରମଣି ବରାଡ, ବାଙ୍ଗରଡା ଗ୍ରାମର ସ୍ୱର୍ଗତ ଉଦୟନାଥ ଭୋଳ ଓ ସ୍ୱର୍ଗତ ନୀଳକଣ୍ଠ ବେହେରା, ନିମିନା ଗ୍ରାମର ମଠମହନ୍ତ ସ୍ୱର୍ଗତ କୃଷ୍ଣଚନ୍ଦ୍ର ଦାଶଙ୍କ ସମେତ କେନ୍ଦୁପଦର, ନିମିନା, ଚାଟୁଳା, କେଶରାପଲ୍ଲୀ, ମୁନିଗାଡି, ନାହାଡା, ବେଣାପାଟ, ଆମ୍ବପୁଆ, ପଣସପଲ୍ଲୀ, ଖୁକୁଣ୍ଡିଆ, ବାଙ୍ଗରଡା, କେଶପୁର, ନୂଆଁପଲ୍ଲୀ, ବନ୍ଥପଲ୍ଲୀ ଆଦି ବିଭିନ୍ନ ଗ୍ରାମର ଶିକ୍ଷାପ୍ରେମୀଙ୍କ ବଳିଷ୍ଠ ଉଦ୍ୟମ ଓ ଅକ୍ଳାନ୍ତ ପ୍ରଚେଷ୍ଟା ଫଳରେ ୧୯୭୮ ମସିହା ଜୁଲାଇ ମାସ ୨୪ତାରିଖରେ ନିମିନା ବୃନ୍ଦାବନ ଚନ୍ଦ୍ର କଲେଜ ପ୍ରଥମେ ବେସରକାରୀ ଭାବେ ପ୍ରତିଷ୍ଠା ହୋଇଥିଲା । ପରବର୍ତ୍ତୀ ସମୟରେ ୧୯୭୯ ମସିହା ଜୁନ୍ ମାସରେ ଏହି ମଣିଷ ତିଆରି କାରଖାନା ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧିନକୁ ଚାଲିଯାଇଥିଲା । ନିମିନା ବୃନ୍ଦାବନ ଚନ୍ଦ୍ର କଲେଜର ୪୭ତମ ସ୍ୱନକ୍ଷତ୍ର ଦିବସ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀ ଉଦ୍‍ବୋଧନ ଦେଇ ଏହି ପୁରାତନ ଶିକ୍ଷାନୁଷ୍ଠାନର ଅତୀତ ଗୌରବ ତଥା ସ୍ୱର୍ଣ୍ଣଭ ଇତିହାସ ସଂପର୍କରେ ସ୍ମୃତିଚାରଣ ସହ ଉଜ୍ଜ୍ୱଳମୟ ଭବିଷ୍ୟତ ଗଠନ କାମନା କରି ଯେଉଁ ପ୍ରତିଭାବାନ୍ ବ୍ୟକ୍ତି ମାନଙ୍କ ଅକ୍ଳାନ୍ତ ପ୍ରଚେଷ୍ଟା ଫଳରେ ଏହି ଶିକ୍ଷାନୁଷ୍ଠାନ ସ୍ଥାପିତ ହୋଇଥିଲା ସେମାନଙ୍କ ମଧ୍ୟରୁ ଅଧିକାଂଶ ଇହଧାମ ତ୍ୟାଗ କରିସାରିଥିବା ବେଳେ ସେହି ମହାନ୍ ବ୍ୟକ୍ତି ମାନଙ୍କୁ ଏହି ଦିବସରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ନିମିନା ବୃନ୍ଦାବନ ଚନ୍ଦ୍ର କଲେଜର ପ୍ରତିଷ୍ଠା କ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳବାସୀ ସହଯୋଗ କରିଥିବାରୁ କଲେଜର ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀ ସେମାନଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ । ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ୪୭ତମ ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ପ୍ରଫେସର ବିଷ୍ଣୁଚରଣ ଚୌଧୁରୀ, ମହାବିଦ୍ୟାଳୟ ପରିଚାଳନା କମିଟିର ପ୍ରାକ୍ତନ ସଭାପତି ତଥା ଶିକ୍ଷାବିତ୍‍ ଡଃ ବାୟାମନୁ ଚର୍ଚ୍ଚୀ, ନିମିନା ମହନ୍ତ ମହାରାଜ ଶ୍ରୀ ଚୈତନ୍ୟ ଚରଣ ଦାଶ ମହାରାଜ ପ୍ରମୁଖ ଯୋଗଦେଇ ଉଚ୍ଚଶିକ୍ଷାର ବିକାଶ ଲାଗି ସରକାର କାର୍ଯ୍ୟକାରୀ କରୁଥିବା ଯୋଜନା ଗୁଡିକ ଉପରେ ଆଲୋକପାତ କରିବା ସାଙ୍ଗକୁ ଛାତ୍ରଛାତ୍ରୀମାନେ ଭଲ ପାଠପଢି ଭଲ ମଣିଷ ହୋଇ ନିଜ ଶିକ୍ଷାନୁଷ୍ଠାନ, ପିତାମାତା ଓ ଗୁରୁଙ୍କ ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବାକୁ ଆହ୍ୱାନ କରିଥିଲେ । ଏହି ପୁରାତନ ଶିକ୍ଷାନୁଷ୍ଠାନରୁ ବହୁ ଛାତ୍ରଛାତ୍ରୀ ଅତୀତରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ସରକାରୀ ଓ ବେସରକାରୀ ସ୍ତରରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ ରହି କଲେଜର ଗର୍ବ ଓ ଗୌରବକୁ ଅକ୍ଷୁର୍ଣ୍ଣ ରଖିଛନ୍ତି ବୋଲି ମତ ପ୍ରକାଶ ପାଇଥିଲା । ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ୪୭ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଶିକ୍ଷାନୁଷ୍ଠାନରେ ସର୍ବାଧିକ ସମୟ କଲେଜରେ ଉପସ୍ଥିତ ରହି ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୁ ରୂପେ ସଂପାଦନ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଅଧ୍ୟାପକ ଅଜିତ୍‍ କୁମାର ମୁଖୀ ଓ କର୍ତ୍ତବ୍ୟନିଷ୍ଟ କର୍ମଚାରୀ ଭାବେ ଅଶୋକ ଡାକୁଆଙ୍କ ସମେତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୫ ପରୀକ୍ଷାରେ ଯୁକ୍ତଦୁଇ କଳା ପାଠ୍ୟକ୍ରମରେ ଶିକ୍ଷାନୁଷ୍ଠାନ ଟପ୍ପର ହୋଇଥିବା ଛାତ୍ରୀ ଝରଣା ଦଳବେହେରା ଓ ବିଜ୍ଞାନ ପାଠ୍ୟକ୍ରମରେ ଟପ୍ପର ହୋଇଥିବା ଛାତ୍ରୀ ସନ୍ଧ୍ୟାରାଣୀ ଗୌଡଙ୍କୁ ସମ୍ମାନିତ କରାଯାଇଥିଲା । ଏନ୍‍ବିସି କଲେଜର ଏହି ୪୭ତମ ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଡଃ କୁନା ସୁନା, ଅଭିଷେକ ବେହେରା, ରୁଦ୍ରମାଧବ ମହାନ୍ତି, ବିକାଶ ଦିଗଲ୍‍, ଅଜିତ୍‍ କୁମାର ପଟ୍ଟନାୟକ, ଅଜିତ୍‍ କୁମାର ମହାପାତ୍ର, ପ୍ରଫୁଲ କାଣ୍ଡଗୋରୀ, ଅଜିତ୍‍ କୁମାର ମୁଖୀ, ଆଲୋକ ପ୍ରଧାନ, ସିଲୁ ସେଠୀ, ଉପେନ୍ଦ୍ର ମାଝୀ, ଡଃ ଜୀବନକୃଷ୍ଣ ଦାଶ, ରଘୁନାଥ ପ୍ରଧାନ, ସଚ୍ଚିନ୍‍ ଜେନା, ସୁଶ୍ରୀ ସଙ୍ଗୀତା ପଟ୍ଟନାୟକ, ସୁଜାତା ସିଂ, ଯସ୍ମିନ୍‍ ନାୟକ, ସୁଜାତା ଟେଟେ, ସ୍ୱପ୍ନାରାଣୀ ପଟ୍ଟନାୟକ, ସୁଚିସ୍ମିତା ପଟ୍ଟନାୟକ, ଅର୍ପିତା ପ୍ରିୟଦର୍ଶିନୀ, ପ୍ରିୟଙ୍କା ସ୍ୱାଇଁ, କେ.ସ୍ମିତା ପାତ୍ର, କିରଣ ଡାକୁଆ, ଯାଜ୍ଞସେନୀ ପ୍ରଧାନ, ଅନୁପ କୁମାର ଷଡଙ୍ଗୀ, ମନୁ ସ୍ୱାଇଁ, ପ୍ରମୋଦ କୁମାର ଆପଟ, ଭୋଜରାଜୁ ଦୋରା, ପଦ୍ମିନୀ ମହାରଣା, ବିଜୟଲକ୍ଷ୍ମୀ ଦୋରା, ମମତାରାଣୀ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପାତ୍ର, ନରହରି ଖଟେଇ, ଜୟରାମ ପ୍ରଧାନ, ପ୍ରସାଦ କୁମାର ଆପଟ, ରାଜେଶ୍‍ ଭୋଳ, ସୁଦର୍ଶନ ପଣ୍ଡା, ଭଗବାନ ଡାକୁଆ, ଅଶୋକ କୁମାର ଡାକୁଆ, କନକ ଆପଟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସଚେତନ ନାଗରିକ, ଛାତ୍ରଛାତ୍ରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ରୋଭର୍‍ ରେଞ୍ଜର ଓ ଯୁବ ରେଡକ୍ରସ ଏବଂ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଛାତ୍ରଛାତ୍ରୀ ଯୋଗ ଦେଇଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ