ବେଲଗୁଣ୍ଠା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ପଟ୍ଟନାୟକ ଏବଂ ଉଢୁରା ସିଆରସିସି ରମେଶ କୁମାର ପାଣିଗ୍ରାହୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।ପରିଚାଳନା ସମିତିର ଉପଦେଷ୍ଟା ରବୀନ୍ଦ୍ର ନାଥ ରଥ,ଉପସଭାପତି କାଳୀଚରଣ ପାଢ଼ୀ,ସମ୍ପାଦକ ପବିତ୍ର କୁମାର ସାହୁ,ଯୁଗ୍ମ ସମ୍ପାଦକ ସୂର୍ଯ୍ୟ ନାରାୟଣ ପାତ୍ର,କୋଷାଧକ୍ଷ ଚିନମ୍ ରବୀନ୍ଦ୍ର ନାଥ ସୁବୁଦ୍ଧି ଯୋଗଦେଇ ଶିଶୁ ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ।ବିଜ୍ଞାନ ଶିକ୍ଷକ ଭାବେ ନୀଳକଣ୍ଠ ନନ୍ଦ, ଅକ୍ଷୟ କୁମାର ଦାସ, ନମିତା କର, ସୁଧୀର କାନ୍ତ ତ୍ରିପାଠୀ,କାଳୁ ଚରଣ ଗୌଡ଼,ପ୍ରିୟଙ୍କା ପ୍ରଧାନ,ଲକ୍ଷ୍ମୀ ନାରାୟଣ ତ୍ରିପାଠୀ,ମାଲ ଗୌଡ଼,ପବିତ୍ର ମୋହନ ନାୟକ ଯୋଗଦେଇଥିଲେ । ବିଜ୍ଞାନ ଶିକ୍ଷୟିତ୍ରୀ ଜୟନ୍ତୀ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଗୁରୁମା ଗୀତାଞ୍ଜଳୀ ଉଦଗାତା ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ବିଷୋୟୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ପରିଶେଷରେ ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ଥିଲା। ଏହି ଅବସରରେ ବିଜ୍ଞାନ ପ୍ରଦର୍ଶନୀରେ ୧୨୩ ଜଣ ଶିଶୁ ଅଂଶ ଗ୍ରହଣ କରିଥିବା ବେଳେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୫୫ ଜଣ ଶିଶୁ ବୈଜ୍ଞାନିକଙ୍କୁ ଉପସ୍ଥିତ ଅତିଥି ମାନେ ପୁରସ୍କୃତ କରିଥିଲେ।


