ପ୍ରଧାନ ଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା
ହାଟଡିହି (ପାର୍ଥ ସୌରଭ ସା): ହାଟଡିହି ବ୍ଲକ ଶାସଂଗ ପଞ୍ଚାୟତ ଅସି ଆ ମୁଣ୍ଡା ସାହି ସ୍କୁଲର ପ୍ରଧାନ ଶିକ୍ଷକ ପ୍ରସାନ୍ତ ତ୍ରିପାଠୀଙ୍କୁ ଅବସର କାଳୀନ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଶ୍ରୀଯୁକ୍ତ ତ୍ରିପାଠୀ ପୂର୍ବରୁ ତେନ୍ତୁଳିପଦୀ ସ୍କୁଲରେ ୧୦ବର୍ଷ ଶିକ୍ଷକତା କରି ଥିବା ବେଳେ ପରବର୍ତ୍ତୀ ସମୟରେ ମୋଟରାଗାଡିଆ ସ୍କୁଲରେ ୨ବର୍ଷ କାର୍ଯ୍ୟ କରିବା ପରେ ଅସିଆ ପ୍ରାଥମିକ ବିଦ୍ୟାଳୟକୁ ଆସିଥିଲେ। ସେ ଜଣେ ଆଦର୍ଶ ଶିକ୍ଷକ ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ। ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅନନ୍ତ ଗୋପାଳ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ, ସହ ଶିକ୍ଷା ଅଧିକାରୀ ପ୍ରମୋଦ ନାୟକ , ସିଆରସିସି ଅଞ୍ଜନ କୁମାର ଦାସ, ସ୍କୁଲ ପରିଚାଳନା କମିଟିର ସଭାପତି ରେଦୁ ହୋ ପ୍ରମୁଖ ଯୋଗଦେଇ ବିଦାୟୀ ପ୍ରଧାନ ଶିକ୍ଷକଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ତାଙ୍କୁ ମାନପତ୍ର ଓ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରଯାଇଥିଲା। ଶିକ୍ଷକ କେଶବ ଚନ୍ଦ୍ର କର ମଞ୍ଚ ସଂଯୋଜନା କରିଥିଲେ। ଆଖ ପାଖ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିବା ବେଳେ ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରାରମ୍ଭରେ ଛାତ୍ରଛାତ୍ରୀ, ଗ୍ରାମବାସୀ ମାନେ ତାଙ୍କ ନିଜଗାଁ ପନ୍ଦାଡୋ ଗ୍ରାମରୁ ଏକ ଶୋଭାଯାତ୍ରାରେ ବିଦ୍ୟାଳୟ ନିକଟକୁ ପାଛୋଟି ଆଣିଥିଲେ।


