ରାମଜୀ କଲେଜରେ ପୋଷ୍ ଆକ୍ଟ କର୍ମଶାଳା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ଅଧିନସ୍ଥ ରାମଜୀ ସ୍ନାତକ ମହାବିଦ୍ୟାଳୟ ପରିସରରେ ଶନିବାର ପୋଷ୍ ଆକ୍ଟ -୨୦୧୩ ବା କାର୍ଯ୍ଯକ୍ଷେତ୍ରରେ ମହିଳାଙ୍କୁ ଯୌନ ଉତ୍ପୀଡ଼ନରୁ ସୁରକ୍ଷା ଓ ୟୁଜିସି ନିୟମ ସଂପର୍କିତ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ନିହାର ରଞ୍ଜନ କର ସଭାପତିତ୍ବ କରିଥିବା ବେଳେ ମୁଖ୍ଯ ଅତିଥି ରୂପେ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡ. ସିଦ୍ଧାର୍ଥ ଶଙ୍କର ପାଢୀ, ମୁଖ୍ଯବକ୍ତା ରୂପେ ଉଚ୍ଚ ଶିକ୍ଷା ବିଭାଗର ଉପନିର୍ଦ୍ଦେଶକ ସୁଶାନ୍ତ କୁମାର ଦାସ, ଡ. କୁଳମଣି ଓଝା ,ସମ୍ମାନିତ ଅତିଥିରୂପେ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଜେନାମଣି ସାହୁ, ଦିଗପହଣ୍ଡି ବାର୍ ଆସୋସିଏସନ୍ର ସମ୍ପାଦକ ପ୍ରଦୀପ କୁମାର ନାୟକ, ଖେମୁଣ୍ଡି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅସିତ୍ କୁମାର ଷଡଙ୍ଗୀ, ବିଜୁପଟ୍ଟନାୟକ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସ୍ଵାଗତିକା ପାତ୍ର ଓ ଶେରଗଡ ଉଦୟ ପ୍ରତାପ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ ଯୋଗ ଦେଇଥିଲେ ।ଏଥିରେ ନିକଟସ୍ଥ ସମସ୍ତ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ ।ମହାବିଦ୍ୟାଳୟ ସ୍ତରରେ ଛାତ୍ରୀ ତଥା ମହିଳା କର୍ମଚାରୀଙ୍କ ସୁରକ୍ଷା ସଂପର୍କରେ ସଚେତନ କରାଯାଇଥିଲା। କାର୍ଯ୍ଯକ୍ରମ ଶେଷରେ ଅଧ୍ଯାପିକା କୁମାରୀ ପ୍ରିୟଦର୍ଶିନୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


